ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ। ଆସନ୍ତାକାଲି ଭୋର୍ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ପ୍ରଥମ ମ୍ୟାଚରେ ଲଜ୍ଜାଜନକ ପରାଜୟ ପରେ ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ସମ୍ମାନ ଫେରିପାଇବା ପାଇଁ ଖେଳିବ। ସିରିଜରେ ଟିମ୍ ଇଣ୍ଡିଆ ଏବେ ୦-୧ରେ ପଛୁଆ ଥିଲାବେଳେ ଏହି ମ୍ୟାଚ୍ ଜିତି ବରାବରରେ ସିରିଜ୍ ଶେଷ କରିବାକୁ ଲକ୍ଷ୍ୟ ରଖିଛି।

ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆ ଅନେକ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି। ବିଶେଷକରି ବ୍ୟାଟିଂରେ କେତୋଟି ପରିବର୍ତ୍ତନ ସହ ଦଳ ପଡ଼ିଆକୁ ଓହ୍ଲାଇବ ବୋଲି ଲକ୍ଷ୍ୟ ରଖିଛି।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ମ୍ୟାଚକୁ ଜିତିବା ପରେ ଉଚ୍ଚ ମନୋବଳ ସହିତ ପଡ଼ିଆକୁ ଓହ୍ଲାଇବ। ଦଳ ବର୍ତ୍ତମାନ ସୁଦ୍ଧା ଉଭୟ ବ୍ୟାଟିଂ ଓ ବୋଲିଂରେ ଚତ୍ମକାର ପ୍ରଦର୍ଶନ କରିଥିବାବେଳେ ଏଥର ପୁଣିଥରେ ଭାରତୀୟ ଦଳ ଚକମା ଦେବା ଲକ୍ଷ୍ୟରେ ରହିଛି।

Comment