ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ଏନ୍ଆଇଏ ଏହି ଘଟଣାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି।

ଗିରଫ ହୋଇଥିବା ଏହି ଆତଙ୍କବାଦୀର ନାଁ ହେଉଛି ସକିର ୱସିର ମାଗ୍ରେ। ସେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ଗତବର୍ଷ ପୁଲୱାମା ଆକ୍ରମଣ ଘଟଣାରେ ସେ ସଂମ୍ପୃକ୍ତ ଥିବା ନେଇ ଏନ୍ଆଇଏକୁ ସୂଚନା ମିଳିଛି।

ପୁଲୱାମା ଆକ୍ରମଣରେ ଆତ୍ମଘାତୀ ବିସ୍ପୋରକ ହୋଇଥିବା ଆତଙ୍କବାଦୀ ଆଦିଲ ମହମ୍ମଦ ଓ ପାକ୍ ଆତଙ୍କବାଦୀ ମହମ୍ମଦ ଉମର ଫାରୁକକୁ ସେ ତା’ ଘରେ ଆକ୍ରମଣ ପୂର୍ବରୁ ଆଶ୍ରୟ ଦେଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା ଏବେ ଅଧିକ ପଚରାଉଚୁରା ପାଇଁ ୱସିରକୁ ୧୫ ଦିନିଆ ରିମାଣ୍ଡରେ ନେଇଛି।

ଗତବର୍ଷ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ। ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

Comment