ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନର ଗତିବିଧି ବଢ଼ୁଛି। ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳରେ ଏହି ଆତଙ୍କବାଦୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ନୂଆଦିଲ୍ଲୀରେ ଚାଲିଥିବା ଏନ୍‌ଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ସମ୍ମିଳନୀରେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ଏହି ବୟାନ ଦେଇଛନ୍ତି।

୧୨୫ ସନ୍ଦିଗ୍ଧଙ୍କ ନାଁ ବିଭିନ୍ନ ଗୁଇନ୍ଦା ସଂସ୍ଥାକୁ ଦିଆଯାଇଛି ବୋଲି ଡିଜି କହିଛନ୍ତି। ସେହିପରି ଡିଜିଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ ସଙ୍ଗଠନ ଜମାତ ଉଲ୍‌ ମୁଜାହି୍ଦିନ୍‌ର କାର୍ଯ୍ୟକଳାପ ଦେଶରେ ବୃଦ୍ଧି ପାଇଛି। ସେମାନେ ବଂଲାଦେଶରୁ ତାଲିମ ନେଇ ବିଭିନ୍ନ ରାଜ୍ୟରେ ସକ୍ରିୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here