ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ହବିବୁର୍‌ ରେହମନ୍‌ର ଓଡ଼ିଶା ସହ କ’ଣ ଲିଙ୍କ୍ ଥିଲା? ଏହାର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। କ୍ରାଇମବ୍ରାଞ୍ଚ ଡିଆଇଜି ହିଂମାଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। ଏନ୍‌ଆଇଏଠାରୁ ଅନୁମତି ନେଇ ହବିବୁର୍‌କୁ ଜେରା କରିବ ଏସ୍‌ଟିଏଫ୍।

ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ହ୍ୟାଣ୍ଡେଲର ଭାବେ କାମ କରୁଥିଲା ହବିବୁର୍। ୬ ତାରିଖରେ ହବିବୁର୍ ସାଉଦିରୁ ଭାରତ ଆସିବା ବେଳେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଥିଲା ଏନଆଇଏ।

ନୂଆଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜିର କରିବା ପରେ ହବିବୁର୍‌କୁ ରିମାଣ୍ଡରେ ନେଇ ଜେରା କରୁଛି ଏନଆଇଏ।

ହବିବୁର୍‌ର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ। ୧୯୮୫ରୁ ହବିବୁର୍ ମୁମ୍ବାଇ ଚାଲି ଯାଇଥିଲା। ୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଗାଁକୁ ଆସିଥିଲା।

ଆତଙ୍କବାଦୀ ଅବଦୁଲ ନଇମ୍‌କୁ ହବିବୁର୍ କେତେଥର କଟକ ଆଣିଛି ଏବଂ କ’ଣ ସବୁ କାରବାର କରାଯାଇଛି ସେ ବିଷୟରେ ପଚରା ଉଚୁରା କରିବ ଏସ୍‌ଟିଏଫ୍।

Comment