ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣପତିକୁ ଧରିବା ପାଇଁ ପୁରସ୍କାର ଘୋଷଣା କଲା ଏନଆଇଏ

ଏନଆଇଏ ଜାରି କଲା ମୋଷ୍ଟ ୱାଣ୍ଟେଡ ମାଓନେତାଙ୍କ ତାଲିକା। ଶୁକ୍ରବାର ଦିନ ଜାରି କରାଯାଇଥବା ଏହି ତାଲିକାର ଶୀର୍ଷରେ ରହିଛି ମାଓନେତା ଗଣପତିର ନାଁ । ଗଣପତିକୁ ଧରାଇ ଦେଲେ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ।

ନିକଟରେ ଗଣପତି ସିପିଆଇ ମାଓବାଦୀର ମୁଖ୍ୟସଚିବ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ। ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଏହି ନିସ୍ପତ୍ତି ନେଇଥିଲେ।

ଏନଆଇଏ ମୋଷ୍ଟ ୱାଣ୍ଟେଡ ତାଲିକାର ଦ୍ୱିତୀୟ ସ୍ଥାନରେ ନମ୍ବଲା କେଶବ ରାଓ ଓରଫ୍ ବାସବ ରାଜୁଙ୍କ ନାଁ ରହିଛି। ବର୍ତ୍ତମାନ ମାଓ ସଂଗଠନର ମୁଖିଆ ଦାୟିତ୍ୱ ଗ୍ରହଣ କରିଛନ୍ତି ବାସବ ରାଜୁ।

ଏହି ତାଲିକାର ତୃତୀୟ ସ୍ଥାନରେ ପ୍ରଶାନ୍ତ ବୋଷ ଓରଫ କିସନଜୀର ନାଁ ରହିଛି।

ସେହିପରି ଚତୁର୍ଥ ସ୍ଥାନରେ ରହିଛି ମାଓନେତା ସାୟନ୍ନା। ବର୍ତ୍ତମାନ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟ ରହିଛି ସାୟନ୍ନା।

Comment