ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳପଥ ଦେଇ ଭାରତ ଉପରେ ଆକ୍ରମଣ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ। ଏଥିପାଇଁ ସଂଗଠନ ଏକ ସ୍ୱତନ୍ତ୍ର ଟିମକୁ ଟ୍ରେନିଂ ମଧ୍ୟ ଦେଉଛି। ଗୁଇନ୍ଦା ସୂଚନା ଆଧାରରେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ।

ନୌସେନା ମୁଖ୍ୟ କହିଛନ୍ତି,  “ଜୈଶ-ଇ–ମହମ୍ମଦ ଜଳପଥରେ ଭାରତକୁ ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଆତଙ୍କବାଦୀ ଟିମକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ହେଲେ ଏହାର ମୁକାବିଲା ପାଇଁ ନୌସେନା ପୂର୍ଣ୍ଣ ପ୍ରସ୍ତୁତ ଅଛି।”

ଏହି ଜଳପଥରେ ଆକ୍ରମଣ କରିବା ପାଇଁ ଜୈଶ-ଇ–ମହମ୍ମଦର ଅଣ୍ଡର ୱାଟର ୱିଙ୍ଗ୍ ଯୋଜନା କରୁଛି ବୋଲି ଗୁଇନ୍ଦା ସୂଚନା ମିଳିଛି। ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ନୌସେନା ପୂର୍ଣ୍ଣ ପ୍ରସ୍ତୁତ ଅଛି।  ଯେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ଆମ ପାଖରେ ଅଛି ବୋଲି କହିଛନ୍ତି ନୌସେନା ମୁଖ୍ୟ।

ପୂର୍ବରୁ ଜଳପଥରେ ଆସି ୨୦୦୮ ମସିହା ନଭେମ୍ବର ୨୬ରେ ଭାରତରେ ଆତଙ୍କବାଦୀମାନେ ମୁମ୍ବାଇର ତାଜହୋଟେଲ ଉପରେ ଆକ୍ରମଣ କରିଥିଲେ।

Comment