ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଆଜି ୧୮ ଜଣ ନୂଆ ଆତଙ୍କବାଦୀଙ୍କ ନାଁ ଘୋଷଣା କରିଛନ୍ତି।

ଆତଙ୍କବାଦ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୮ ଜଣ ନୂଆ ଆତଙ୍କବାଦୀଙ୍କ ନାଁ ଘୋଷଣା କରିଛି। ଏହି ନାଁ ଭିତରେ ଆତଙ୍କବାଦୀ ସଙ୍ଗଠନ ଲସ୍କର ଏ ତଇବା, ହିଜବ୍ ଉଲ୍ ମୁଜାହିଦ୍ଦିନ, ଜୈଶ-ଏ- ମହମ୍ମଦ, ଭାରତୀୟ ମୁଜାହିଦ୍ଦିନ ଓ ଦାଉଦ୍ ଗ୍ୟାଙ୍ଗର ଅନେକ ଲୋକ ସାମିଲ ଅଛନ୍ତି। ସଂଶୋଧିତ ୟୁଏପିଏ ନିୟମ ଆଧାରରେ ଏହି ବ୍ୟକ୍ତିମାନଙ୍କୁ କେନ୍ଦ୍ର ସରକାର ଆତଙ୍କବାଦୀ ତାଲିକାରେ ସାମିଲ କରିଛନ୍ତି।

ଏହି ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ସାଜିଦ୍ ମୀର ଏବଂ ୟୁସୁଫ୍ ମୁଜାମ୍ମିଲ୍ ସାମିଲ ଅଛନ୍ତି। ତା’ସହିତ ଜୈଶ-ଇ-ମହମ୍ମଦର ନେତା ଇବ୍ରାହିମ୍ ଅତହର, ୟୁସୁଫ୍ ଅଜହର ମଧ୍ୟ ରହିଛନ୍ତି। ଏମାନଙ୍କୁ କେନ୍ଦ୍ର ସରକାର ଆଜି ଆତଙ୍କବାଦୀ ଲିଷ୍ଟରେ ସାମିଲ କରିଛନ୍ତି।ଅନ୍ୟପଟେ ଏହି ତାଲିକାରେ ହିଜବ୍ ଉଲ୍ ମୁଜାଉଦ୍ଦିନର ମୁଖ୍ୟ ସଲ୍ଲାଉଦ୍ଦିନ୍ ସହିତ ଗୁଲାମ ଲବି ଖାନ ଓ ଜଫର ହୁସେନକୁ ମଧ୍ୟ ସାମିଲ କରାଯାଇଛି। ଗୁଲାମ ନବି ଖାନ୍ ପାକିସ୍ତାନରେ ଥିବା ହିଜବ୍ ଉଲ୍ ମୁଜାଉଦ୍ଦିନର ଡେପୁଟି ସୁପ୍ରିମ୍ ଭାବେ କାର୍ଯ୍ୟ କରୁଛି, ତେଣୁ ଭାରତ ସରକାର ଆଜି ତାକୁ ଆତଙ୍କବାଦୀ ଲିଷ୍ଟରେ ସାମିଲ କରିଛନ୍ତି।

୨୦୦୧ ମସିହାରେ ସଂସଦ ଆକ୍ରମଣ, ପଠାନକୋଟ୍ ଏୟାରବେସ୍ ଆକ୍ରମଣ ଓ ପୁଲୱାମା ଆକ୍ରମଣରେ ପ୍ରମୁଖ ଭୂମିକା ନେଇଥିବା ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ଭାଇ ରଉଫ ଅସଗରକୁ ମଧ୍ୟ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ଭାରତୀୟ ମୁଜାହିଦ୍ଦିନର ପ୍ରତିଷ୍ଠାତା ରିଆୟଜ ଓ ଇକବାଲ୍ ଭତକାଲ୍, ହିଜାବ ଉଲ୍ ମୁଜାଉଦ୍ଦିନ୍ ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ ଏବଂ ଦାଉଦର ପାଖ ଲୋକ କୁହାଯାଉଥିବା ଛୋଟା ସକିଲ୍, ଜାଭେଦ ଚିକନାକୁ ଓ ଅନିସ ସେଖଙ୍କୁ ଆଜି କେନ୍ଦ୍ର ସରକାର ଆତଙ୍କବାଦୀ ଲିଷ୍ଟରେ ସାମିଲ କରାଯାଇଛି। ଏମାନେ ସମସ୍ତେ ବର୍ତ୍ତମାନ ପାକିସ୍ତାନରେ ଥିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।ରାଷ୍ଟ୍ରୀୟ ସୁରକ୍ଷା ଓ ଆତଙ୍କବାଦର ମୂଳତ୍ପାଟନ ପାଇଁ ଆଜି ଏହି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ୟୁଏପିଏ ଅଧିନିୟମ ଅନୁସାରେ ଏହି ୧୮ ଜଣ ଆତଙ୍କବାଦୀଙ୍କ ନାଁ ଘୋଷଣା କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ରଖାଯାଇଛି।

ଅନ୍ୟପଟେ ଏହି ତାଲିକାରେ ଲସ୍କର ଏ ତଇବାର ମୁଖ୍ୟ ହଫିଜ୍ ସଇଦର ଭିଣେଇ ଅବଦୁର ରେହମାନ ସହିତ ଫଲାହ-ଇ- ଇନସାନିୟତର ମୁଖ୍ୟ ସାହିଦ୍ ମେହମୁଦ, ଅବୁ ସୁଫିୟାନ,ସାହିଦ୍ ଲାତିଫ୍ ପ୍ରମୁଖ ସାମିଲ ଅଛନ୍ତି।

Comment