ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଭୋଡାଫୋନ କି ଆଇଡିଆ ନମ୍ବର ବ୍ୟବହାର କରନ୍ତି ତାହାଲେ ଏହା ଆପଣଙ୍କ ପାଇଁ ଖରାପ ଖବର। ଏହି ଦୁଇ ନମ୍ଵର ବ୍ୟବହାରକାରୀଙ୍କ ପାଇଁ ଶେଷ ହୋଇଯିବ ଶସ୍ତା ଡାଟା ଓ ମାଗଣା କଲିଂର ଯୁଗ। ଏଣିକି ଫୋନରେ କଥା ହେବା ପାଇଁ କିମ୍ଵା ଡାଟା ବ୍ୟବାହର ପାଇଁ ଦେବାକୁ ପଡ଼ିବ ଅଲଗା ଅଲଗା ଟଙ୍କା।  ବାସ୍ତବରେ ଭୋଡାଫୋନ୍ ଓ ଆଇଡିଆ ଏହାର ଶୁଳ୍କ ଯୋଜନା ବୃଦ୍ଧି କରିବାକୁ ଯାଉଛନ୍ତି। ଯାହାକି ବର୍ତ୍ତମାନ ପ୍ରଚଳିତ ଦରଦାମଠାରୁ ୮ ଗୁଣା ହୋଇପାରେ।

ଏହି ଦୁଇ କମ୍ପାନୀ ମୋବାଇଲ୍ ଡାଟା ପାଇଁ ସର୍ବନିମ୍ନ ଶୁଳ୍କ ପ୍ରତି ଜିବି ପିଛା ୩୫ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛନ୍ତି। ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍‌କୁ କମ୍ପାନି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ, ୩୫ ଟଙ୍କା ପ୍ରତି ଜିବି ଡାଟା ଦର ସ୍ଥିର କରାଯାଉ। ଖାଲି ଏତିକି ନୁହେଁ ମାସିକ କନେକ୍ସନ ପାଇଁ ସର୍ବନିମ୍ନ ଚାର୍ଜକୁ ୫୦ ଟଙ୍କା ସ୍ଥିର କରାଯାଉ। ଆଉ ଏହି ନୂଆ ପ୍ଲାନକୁ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁ କରିବାକୁ ଟେଲିକମ କମ୍ପାନି ପକ୍ଷରୁ ସୁପାରିଶ ହୋଇଛି।

କେବଳ ଏତିକି ନୁହେଁ, ଭୋଡାଫୋନ୍ ଏକ ନିର୍ଦ୍ଦିଷ୍ଟ ମାସିକ ଫି ସହିତ କଲ୍ ସେବା ପାଇଁ ପ୍ରତି ମିନିଟରେ ୬ ପଇସା ହାର ଦାବି କରିଛି। କମ୍ପାନୀ କହିଛି ଯେ, ଏଜିଆର ଦେୟ ପ୍ରଦାନ ତଥା ଏହାର ବ୍ୟବସାୟକୁ କାର୍ଯ୍ୟକ୍ଷମ କରିବା ପାଇଁ ଏପ୍ରିଲରୁ ଏହି ନୂତନ ହାର କାର୍ଯ୍ୟକାରୀ କରାଯିବା ଉଚିତ।

ସରକାରୀ ସୂତ୍ର ଅନୁଯାୟୀ, ଭୋଡାଫୋନ୍ ଏଜିଆର ବକେୟା ଦେୟ ପାଇଁ ୧୮ ବର୍ଷ ସମୟ ସୀମା ଦାବି କରିଛି। ଏହା ସହିତ କମ୍ପାନି କହିଛି ଯେ ଏହା ମଧ୍ୟ ସୁଧ ଏବଂ ଜରିମାନା ଆଦାୟରୁ ତିନି ବର୍ଷର ରିହାତି ପାଇବ। ଯଦି ଯଦି ଭୋଡାଫୋନ-ଆଇଡିଆ ନିଜ ଟାରିଫ୍ ପ୍ଲାନ ବୃଦ୍ଧି କରିଦିଅନ୍ତି ତାହେଲେ ଜିଓ ଏବଂ ଏୟାରଟେଲ କମ୍ପାନି ବି ନିଜ ଟାରିଫ ପ୍ଲାନର ଦାମ ବଢ଼ାଇପାରନ୍ତି।

LEAVE A REPLY

Please enter your comment!
Please enter your name here