ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୩ କଲେଜ ଛାତ୍ର। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳନ କରିବାକୁ ୭ ଜଣ ସାଙ୍ଗ ଶନିବାର କୋଲାବ ଡ୍ୟାମ୍‌ ନିକଟକୁ ଯାଇଥିଲେ। କିନ୍ତୁ, ସେଠାରେ ୩ ଜଣ ଛାତ୍ର ପାଣିରେ ବୁଡ଼ିଯିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି।

ମୃତ ଛାତ୍ରମାନେ ହେଲେ କୋରାପୁଟ ସରକାରୀ ମହାବିଦ୍ୟାଳୟର ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ମନ୍ମଥ, ସଞ୍ଜୀବ ଏବଂ ରମାକାନ୍ତ ବୋଲି ଜଣାପଡ଼ିଛି।

ଆଜି ୭ ଜଣ ସାଙ୍ଗ ଜନ୍ମ ଦିନ ପାଳିବା ପାଇଁ କୋଲାବ ନଦୀ ନିକଟକୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ନଦୀରେ ଗାଧୋଇବାକୁ ବାହାରିଥିଲେ। ଏହି ସମୟରେ ୩ ଜଣ ଛାତ୍ର ପାଣିରେ ବୁଡ଼ିଗଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଙ୍ଗମାନେ ଚିତ୍କାର କରିଥିଲେ ଫଳରେ ସ୍ଥାନୀୟ ଲୋକମାନେ ୩ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment