ଓଡ଼ିଶାଲାଇଭ୍‌ ବ୍ୟୁରୋ

Courtesy - Odisha Suntimes

କେନ୍ଦୁଝର ଜିଲ୍ଲା ତେଲକୋଇରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋନସିକା ଜନ୍ତାରି ଘାଟିରେ ଟ୍ରକ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

Odisha Suntimes

ନଳକୂପ ସଂରଜାମ ବୋଝେଇ ହୋଇଥିବା ଏକ ଟ୍ରକ ଗୋନସିକା ଜନ୍ତାରି ଘାଟି ଦେଇ ଯାଉଥିଲା। ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଟ୍ରକ୍‌ଟି ପାଖାପାଖି ୧୫ ଫୁଟ ତଳକୁ ଗଳି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment