ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ପାଣିକୋଇଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ନିଶାଗ୍ରସ୍ତ ଅବସ୍ଥାରେ ଏକ ଆଳୁ ବୋଝେଇ ଟ୍ରକକୁ ଓଭରଟେକ କରିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି। ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ମିଳିଛି।

Comment