ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ମଙ୍ଗଳବାରଠୁ ପୁଣି ଆରମ୍ଭ ହୋଇପାରେ ଅଦିନିଆ ବର୍ଷା। ଫଳରେ ଆସନ୍ତା ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଲା  ମୟୂରଭଞ୍ଜ,  କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ ଓ ଗଜପତି।

ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବିଶେଷ କରି ୩ରୁ ୭ ତାରିଖ ମଧ୍ୟରେ ସାରା ରାଜ୍ୟରେ ବର୍ଷା ଲାଗି ରହିପାରେ। ୪ରୁ ବର୍ଷାର ପରିମାଣ ବଢ଼ିପାରେ।

ଗତ ଫେବ୍ରୁଆରି ୨୪ରୁ ୩ଦିନ ରାଜ୍ୟରେ ବର୍ଷା ହୋଇଥିଲା। ଫଳରେ ୨୭ରେ ଘନ କୁହୁଡ଼ି ହୋଇଥିଲା। ୨୮ରୁ ରାଜ୍ୟରେ ପାଣିପାଗ ସ୍ୱଭାବିକ ଥିଲା।

Comment