ଓଡ଼ିଶାଲାଇଭ୍ ବ୍ୟୁରୋ

ଅଟୋକୁ ୩୦ ହଜାର ୫୦୦ ଟଙ୍କା ଫାଇନ୍ କଲା ପରିବହନ ବିଭାଗ। ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକରେ ମଙ୍ଗଳବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ନୂଆ ମୋଟର ଯାନ ଆଇନ୍ ଅନୁସାରେ ନିୟମ ଭାଙ୍ଗିଥିବାରୁ ଏହି ଅଟୋକୁ ମୋଟା ଅଙ୍କର ଫାଇନ୍ କରାଯାଇଛି। ଅଟୋର ପଞ୍ଜୀକରଣ ସାର୍ଟିଫିକେଟ୍ ନଥିବାରୁ ୫ ହଜାର ଓ ଡ୍ରାଇଭରଙ୍କ ଡିଏଲ୍ ନଥିବାରୁ ତାଙ୍କୁ ୫ ହଜାର ଟଙ୍କା ଫାଇନ୍ କରାଯାଇଛି।

ଏଥସହିତ ଗାଡ଼ିରେ ଓଭରଲୋଡିଂ ଥିବା ହେତୁ ୨୦ ହଜାର ଓ ସାଧାରଣ ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ୫ ଶହ ଟଙ୍କା ଫାଇନ୍ କରାଯାଇଛି। ଏହିଭଳି ଭାବେ ଅଟୋ ଉପରେ ମୋଟ୍ ୩୦ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଛି।

ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଟ୍ରାଫିକ୍ ଧରପଗଡ଼ ଟାଇଟ୍ ହୋଇଛି। ଟ୍ରାଫିକ୍ ନିୟମ ଭଙ୍ଗକାରୀଙ୍କୁ ଏଥିପାଇଁ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡୁଛି। ଗତଦୁଇ ଦିନରେ ଟ୍ରାଫିକ୍ ନିୟମ ଉଲ୍ଳଙ୍ଘନ କରି ଚାଳକମାନେ ମୋଟ୍ ଏକ କୋଟି ୬୪ ଲକ୍ଷ ଟଙ୍କାର ଫାଇନ୍ ଗଣିଥିବା କୁହାଯାଇଛି।

Comment