ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ସକାଳୁ ସକାଳୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପ୍‌ ଝିପ୍‌ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ଯାଏଁ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମୟୂରଭଞ୍ଜ,  କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼ ଓ ଗଜପତିରେ ବୁଧବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିପାରେ।

ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ଖୋର୍ଦ୍ଧାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ସେହିପରି ଶନିବାର କନ୍ଧମାଳ, ନୟଗଡ଼ା, ଖୋର୍ଦ୍ଧା, କଟକ ଯାଜପୁର, ଭଦ୍ରକ ବାଲେଶ୍ୱରରେ ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି।

୮ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢ଼ିପାରେ।

Comment