ସତ୍ୟ ମହାପାତ୍ର

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ପ୍ରଥମ ସାଧାରଣ ନିର୍ବାଚନ ବେଳକୁ ”ପ୍ରଜାତନ୍ତ୍ର” ସହିତ ବିଜୁବାବୁଙ୍କର ଘନିଷ୍ଠ ସମ୍ପର୍କ ଥିଲା। ସେଥର ସେ କଂଗ୍ରେସ ଟିକେଟରେ ଜଗନ୍ନାଥପ୍ରସାଦରୁ ବିଧାନସଭା ନିର୍ବାଚନ ଲଢ଼ୁଥାନ୍ତି। କେଶବ ସାମଲ (ସେତେବେଳେ ‘ପ୍ରଜାତନ୍ତ୍ର’ର ସାମ୍ବାଦିକ, ପରେ ଭାରତ ସରକାରଙ୍କ ପିଆଇବି ଅଧିକାରୀ)ଙ୍କୁ ବିଜୁବାବୁଙ୍କ ସହିତ ଯାଇ ନିର୍ବାଚନ ପ୍ରଚାର ଦେଖି ଖବର ପରିବେଷଣ କରିବାକୁ ‘ପ୍ରଜାତନ୍ତ୍ର’ ପକ୍ଷରୁ କୁହାଯାଇଥାଏ। ସକାଳୁ ସକାଳୁ ବିଜୁବାବୁ କେଶବ ସାମଲଙ୍କୁ ‘ପ୍ରଜାତନ୍ତ୍ର’ ପରିସରରୁ ନେଇ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଲେ। ହ୍ୟାଙ୍ଗର ଭିତରୁ ଟାଇଗର ମଥ୍‌ (ଛୋଟ ଦି’ ଟିକିଆ ସିଟ୍‌ ବାଲା) ବିମାନଟିଏ ନେଇ ବିଜୁବାବୁ ଆସିଲେ।

ବିମାନ ଉଡ଼ିବା ପୂର୍ବରୁ ତାହାକୁ ଇଞ୍ଜିନିୟର ଦେଖି ସେଇଟା ଉଡିପାରିବ କି ନାହିଁ ଜଣାଇବା କଥା। ଅଳ୍ପ ସମୟ ମଧ୍ୟରେ ଇଞ୍ଜିନିୟର ଜଣକ ବିମାନ ଇଞ୍ଜିନ ପରୀକ୍ଷା କରି ତଳକୁ ଓହ୍ଲାଇଲେ। ବିମାନ ଆଗ ପଟେ ଥିବା ପଙ୍ଖାକୁ ପରୀକ୍ଷା କରି ବିଜୁବାବୁଙ୍କ ଦେଖେଇ ଦେଇ କହିଲେ, ପଙ୍ଖାର କେତେକ ସ୍ଥାନରେ ସରୁ ଫାଟସବୁ ରହିଛି। ଏପରି ହେଲେ ବିମାନ ଚାଳନା ବେଳେ ବିପଦ ଅଛି।

ବିଜୁବାବୁ ତାକୁ ଦେଖି କହିଲେ, ‘ଠିକ୍ ଅଛି। ଏଥିରେ ବିପଦ କ’ଣ ହେବ! ତୁମେ ଜଣେ ବୋଗସ୍ ଇଞ୍ଜିନିୟର।’ ତାଙ୍କ ନିର୍ଦ୍ଦେଶରେ କେଶବ ସାମଲ ବିମାନରେ ବସିସାରିଥାନ୍ତି। ଏ ସମୟରେ ଇଞ୍ଜିନିୟର ବିମାନଟିର ଅନେକ ମିଟର ମଧ୍ୟ କାମ କରୁନାହିଁ ବୋଲି କହିଲେ। ବିଜୁବାବୁ ତାଙ୍କ ଉପରେ ବିରକ୍ତ ହୋଇ ଗାଳିଗୁଲଜ କଲେ।

ବିଜୁବାବୁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ତାଙ୍କ ସାର୍ଟର କଲାର ଧରିପକାଇ କହିଲେ, ‘ତୁ କୁଆଡେ ଯାଉଛୁ? ଏତେ ଡରିଲେ ଚଳିବ! ତୁ ବିଜୁ ପଟ୍ଟନାୟକଙ୍କ ସହ ଯାଉଛୁ।’ କେଶବ ବାବୁ ବିକଳରେ କହିଲେ ମୁଁ ଟ୍ରେନ୍‌ରେ ଯିବି। ଆପଣଙ୍କ ନିର୍ବାଚନ ଖବର ଆଣି ‘ପ୍ରଜାତନ୍ତ୍ର’ରେ ଛାପିବି। ବିଜୁବାବୁ କହିଲେ, ‘ନନ୍‌ସେନ୍‌ସ! ବିଜୁ ପଟ୍ଟନାୟକ ବିମାନ ଚଳାଇଲେ ବିପଦ ବି ଡରିଯାଏ।’ କେଶବ ବାବୁଙ୍କୁ ଏକରକମ ଠେଲି ଠେଲି ନେଇ ସେ ବିମାନରେ ବସାଇଲେ।

ଶେଷରେ ଇଞ୍ଜିନିୟର ଜଣକ କହିଲେ, “ହାତରେ ଆପଣଙ୍କର ଘଣ୍ଟା ନାହିଁ। ବିମାନଟିକୁ ନେବେ କେମିତି?” ଇଞ୍ଜିନିୟରଙ୍କ ହାତରୁ ତାଙ୍କ ଘଣ୍ଟାଟିକୁ କାଢ଼ି ନେଇ ବିଜୁବାବୁ ପିନ୍ଧିପକାଇଲେ ଓ କହିଲେ, ‘ଦେଖିବ ମୁଁ ଓ କେଶବ ନିର୍ବାଚନ ପ୍ରଚାର ସାରି ନିର୍ବିଘ୍ନରେ ଫେରିଆସିବୁ।’ ବିମାନର ପଙ୍ଖା ଫଟା, କେତେକ ମିଟର କାମ କରୁନାହିଁ ବୋଲି ଶୁଣି କେଶବ ବାବୁ ଡରରେ ଛାନିଆ ହୋଇ ବିମାନରୁ ଓହ୍ଲାଇ ଚୁପଚାପ୍‌ ବାହାରିଲେ। ଏହା ଦେଖି ବିଜୁବାବୁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ତାଙ୍କ ସାର୍ଟର କଲାର ଧରିପକାଇ କହିଲେ, ‘ତୁ କୁଆଡେ ଯାଉଛୁ? ଏତେ ଡରିଲେ ଚଳିବ! ତୁ ବିଜୁ ପଟ୍ଟନାୟକଙ୍କ ସହ ଯାଉଛୁ।’ କେଶବ ବାବୁ ବିକଳରେ କହିଲେ ମୁଁ ଟ୍ରେନ୍‌ରେ ଯିବି। ଆପଣଙ୍କ ନିର୍ବାଚନ ଖବର ଆଣି ‘ପ୍ରଜାତନ୍ତ୍ର’ରେ ଛାପିବି। ବିଜୁବାବୁ କହିଲେ, ‘ନନ୍‌ସେନ୍‌ସ! ବିଜୁ ପଟ୍ଟନାୟକ ବିମାନ ଚଳାଇଲେ ବିପଦ ବି ଡରିଯାଏ।’ କେଶବ ବାବୁଙ୍କୁ ଏକରକମ ଠେଲି ଠେଲି ନେଇ ସେ ବିମାନରେ ବସାଇଲେ। କିଛି ସମୟ ପରେ ବିମାନଟି ଉଡ଼ିଲା।

କେଶବ ସାମଲ ଭୟରେ କଳାକାଠ ପଡ଼ିଯାଇଥାନ୍ତି। ମୁହଁ ଶୁଖିଯାଇଥାଏ। ବିଜୁବାବୁ ଏ କଥା ଲକ୍ଷ୍ୟ କରି କହିଲେ, ‘କେଶବ ଜଙ୍ଗଲର ବାଘ ଦେଖିବୁ? ଆମେ ରଣପୁର ଜଙ୍ଗଲ ଦେଇ ଏଇଲେ ଯିବା। ତଳକୁ ଦୁଇ ଚାରିଥର ଖସିଯାଇ ଉଡ଼ାଜାହଜଟିକୁ ବୁଲାଇଦେଲେ ବାଘମାନେ ବାହାରିବେ।’ ବିଜୁବାବୁ ତାହାହିଁ କଲେ। ତେବେ ତାଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ କେଶବ ବାବୁ ବାଘ ଦେଖିନପାରିବାରୁ ବିଜୁବାବୁ କହିଲେ, ‘ତୋ ଭାଗ୍ୟ ଖରାପ, ନ ହେଲେ ତିନି ଚାରିଟି ବାଘ ତ ନିଶ୍ଚୟ ଦେଖାଯାଇଥାନ୍ତେ।’

ଏହାପରେ ସେମାନେ ଭଞ୍ଜନଗରରେ ଓହ୍ଲାଇବା କଥା, ଯେଉଁ ବିଲରେ ବିମାନଟି ଓହ୍ଲାଇବ ସେ ସମ୍ପର୍କରେ ବିଜୁବାବୁ ସ୍ଥାନୀୟ ପ୍ରଶାସନକୁ ଆଗରୁ ଖବର ଦେଇ ତା’ର ହିଡ଼କୁ କାଟି ସମତଳ କରିବାକୁ କହିଥିଲେ। କିନ୍ତୁ ଦାୟିତ୍ୱରେ ଥିବା କର୍ମୀ ଓ ଅଫିସର ଏ କଥା ବୁଝିପାରିନଥିବାରୁ ହିଡ଼ କଟାଯାଇନଥିଲା।

ବିଜୁବାବୁ ବିମାନଟିକୁ ତଳକୁ ଓହ୍ଲାଇବା ବେଳକୁ ସେ ଯାଇ ହିଡ଼ରେ ମାଡ଼ ହୋଇ ଖୁବ୍‌ ଉଚ୍ଚକୁ ଉଠିଗଲା। ଉପସ୍ଥିତ ବୁଦ୍ଧିରେ ବିଜୁବାବୁ ଏଥର ଆହୁରି ଉପରକୁ ବିମାନଟିକୁ ଉଠାଇ ନେଲେ ଏବଂ ଭଲ କରି ନିରୀକ୍ଷଣ କରି ଟିକିଏ ଦୂରରେ ବିମାନଟିକୁ ଓହ୍ଲାଇଲେ। ସେତେବେଳକୁ ଭୟରେ କେଶବବାବୁଙ୍କ ଦେହ ଝାଳରେ ବୁଡ଼ିଯାଇଥାଏ। କିନ୍ତୁ ବିଜୁବାବୁ ନିର୍ବିକାର। ଯେମିତି କିଛି ହୋଇନାହିଁ। ଉଡ଼ାଜାହାଜ ଦେଖିବାକୁ ଜନସ୍ରୋତ ଛୁଟିଥାଏ। ବିଜୁବାବୁ ଭାଷଣ ଦେଇ ତା’ପରଦିନ କେଶବବାବୁଙ୍କୁ ନେଇ ସେଇ ବିମାନରେ ଭୁବନେଶ୍ୱର ଫେରିଲେ।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)

Comment