ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏ ବର୍ଷ ହୋଲି ଖେଳିବନି। ଏପରିକି ସେ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେନି।

ସାରା ଦେଶରେ କୋରୋନାକୁ ନେଇ ଦେଖାଯାଇଥିବା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ହୋଲି ଖେଳିବେନି ବୋଲି ଘୋଷଣା କରିସାରିଛନ୍ତି।

ଏଥସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ସମସ୍ତ ରାଜ୍ୟ ସଭାପତିଙ୍କୁ ଏକାଠି ହୋଇ ହୋଲି ଖେଳିବାରୁ ବାରଣ କରିଛନ୍ତି। ହୋଲି ଦ୍ୱାରା ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହେବା ଫଳରେ କୋରୋନା ଭାଇରସ ବ୍ୟାପିବାର ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

Comment