ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ୧୬ ଜିଲ୍ଲାରେ ଝଡ଼ ତୋଫାନ ନେଇ ସତର୍କ ସୂଚନା ଜାରି କରାଯାଇଛି। ଝଡ଼ ତୋଫାନ ସହ ପ୍ରବଳ ବର୍ଷା ଓ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଝଡ଼ ତୋଫାନ ନେଇ ସତର୍କ କରାଯାଇଛି।

ଦୁଇ ତିନି ଦିନ ହେବ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ସେହିପରି ଶୁକ୍ରବାର ରାତିରେ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା।

Comment