ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱବ୍ୟାପୀ କୋରୋନା ଭାଇରସକୁ ଭୟର ବାତାବରଣ ରହିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏଯାଏଁ କେହି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତଥାପି ରାଜ୍ୟ ସରକାର ଏହାକୁ ନେଇ ସଜାଗ ରହିଛନ୍ତି। କୋରୋନାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗ ସତର୍କ ପରାମର୍ଶ ଜାରି କରିଛନ୍ତି।

ଏକାଠି ହୋଇ ହୋଲି ନଖେଳିବାକୁ ସ୍କୁଲ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ ଆହୁରି ମଧ୍ୟ କହିଛନ୍ତି କରୋନା ସମ୍ପର୍କରେ ଖୁବଶୀଘ୍ର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ହେବ।

କୋରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି।

Comment