ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କୋରୋନା ଭାଇରସ୍ ସଂଖ୍ୟା ୪୭ରେ ପହଞ୍ଚିଛି। ପଞ୍ଜାବରେ ବି ଜଣେ କୋଭିଡ୍-୧୯ରେ ଥିବା ଜଣାପଡ଼ିଛି। ପଞ୍ଜାବରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ କୋରୋନା ଭାଇରସ୍ ଚିହ୍ନଟ ହୋଇଛି ସେ ଇଟାଲୀରୁ ଫେରିଥିଲେ।
ଏବେ ଯାଏଁ ବିଶ୍ୱରେ କୋରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୪ହଜାରରେ ପହଞ୍ଚିଥିବା ବେଳେ ୧୧୩,୦୦୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। କୋରୋନା ଭାଇରସ୍ରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ବୋଲି ଜଣାପଡ଼ିଛି।
କୋରୋନା ଭୂତାଣୁ ଏଯାବତ୍ ୧୦୦ଟି ଦେଶ ବ୍ୟାପି ସାରିଛି।













