ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ କରୋନା ଭାଇରସ ଭୟ ଏତେ ବୃଦ୍ଧି ପାଇଛି ଯେ ବଡ ବଡ଼ ନେତାମାନେ ଏବେ ହାତ ମିଳାଇବା ପରିବର୍ତ୍ତେ ‘ନମସ୍ତେ’ ବା ନମସ୍କାର କରୁଛନ୍ତି। କେବଳ ଭାରତୀୟ ପରମ୍ପରାରେ ହିଁ କାହାକୁ ସ୍ୱାଗତ କଲା ବେଳେ ବା ଅଭିବାଦନ ଦେଲା ବେଳେ ନମସ୍କାର କରାଯାଏ। କିନ୍ତୁ କୋରୋନା ଭାଇରସ ଭୟରେ ଏବେ ସାରାବିଶ୍ୱରେ ଏହି ନମସ୍ତେ ପରମ୍ପରା ଦେଖିବାକୁ ମିଳୁଛି।

ଗତ ଗୁରୁଦିନ ହ୍ୱାଇଟ ହାଉସକୁ ଆସିଥିବା ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଭାରାଡକର ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା।

ସେହିପରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ କରୋନାକୁ ରୋକିବା ପାଇଁ କିଛି ପଦକ୍ଷେପ ଆବଶ୍ୟକ। ନେତାନ୍ୟାହୁ କହିଛନ୍ତି ଯେ ସମସ୍ତେ ଭାରତର ନମସ୍କାର ଅବଲମ୍ବନ କରନ୍ତୁ ଏବଂ ପରସ୍ପରକୁ ନମସ୍କାର କରନ୍ତୁ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବୁଧବାର ସ୍ପେନର ରାଜା ଏବଂ ରାଣୀଙ୍କୁ ନମସ୍କାର କରି ଅଭିବାଦନ ଜଣାଇଛନ୍ତି।

ସେହିପରି ବଲିଉଡ ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଲୋକଙ୍କ ସହ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରିବାକୁ ଅପିଲ କରିଛନ୍ତି।

Comment