ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କୋରୋନା ସଂକ୍ରମିତରୁ ରକ୍ଷା ପାଇବା ପାଇଁ କେତେବେଳେ ଓ ସଠିକ୍‌ ଭାବେ କେମିତି ବାନ୍ଧିବେ ମାସ୍କ?

କୋରେନା ଭାଇରସ୍‌(Covid-19)କୁ ନେଇ ଭୟଭୀତ ହେବାଠୁ ଅଧିକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ନିଜ ଦୈନନ୍ଦିନ ଜୀବନରେ ପରିସ୍କାର ପରିଚ୍ଛନ୍ନତା ଓ କିଛି ଛୋଟ ବଡ଼ ଜିନିଷ ଉପରେ ଧ୍ୟାନ ଦେଲେ ଆମେ କୋରୋନା ଭାଇରସରୁ ସୁରକ୍ଷିତ ରହିପାରିବା। ତେବେ ବିଶ୍ୱ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଆଡଭାଇଜରି ଜାରି କରାଯାଇଛି। ଭୂତାଣୁରୁ ଦୂରେଇ ରହିବା ପାଇଁ କେତେବେଳେ ମାସ୍କ ଓ କେମିତି ମାସ୍କ ବାନ୍ଧିବେ ସୂଚନା ଦିଆଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ।

କେତେବେଳେ ପିନ୍ଧିବେ?

ଯଦି ଆପଣଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ଓ ଛିଙ୍କ ଭଳି ସମସ୍ୟା ଦେଖାଦେଉନି, ତେବେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ।

କିନ୍ତୁ ଥଣ୍ଡା, ଜ୍ଵର, ସର୍ଦ୍ଦି ଓ କାଶ ଭଳି ସମସ୍ୟା ଦେଖାଦେଉଛି, ତେବେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ। ଆପଣ ଯଦି ମେଡିକାଲରେ କାମ କରୁଛନ୍ତି ବା କୌଣସି ରୋଗୀର ଦେଖାଶୁଣା କରୁଛନ୍ତି, ମାସ୍କ ପିନ୍ଧିବା ଜରୁରୀ।

କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ, ଯେପରି ଏହା ଅନ୍ୟ କୌଣସି ଲୋକଙ୍କୁ ବ୍ୟାପିବ ନାହିଁ।

କେମିତି ପିନ୍ଧିବେ?

ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।

ମାସ୍କର କେଉଁ ପଟ ଭିତରକୁ ଓ କେଉଁ ପଟ ବାହାରକୁ ପିନ୍ଧିବେ ଜାଣି ରଖନ୍ତୁ।

ଏବେ ମାସ୍କୁ ମୁହଁରେ ଲଗାନ୍ତୁ।

ନାକ ପାଖରେ ଥିବା ମେଟାଲକୁ ନାକ ସହ ଟାଇଟ୍‌ କରନ୍ତୁ।

ଏବେ ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ଆପଣଙ୍କୁ ମୁହଁ ଓ ଥୋଡ଼ିକୁ ଘୋଡ଼ାଇ ରଖନ୍ତୁ। ଧ୍ୟାନ ଦିଅନ୍ତୁ, ଯେପରି ମାସ୍କ ଓ ମୁହଁ ଭିତରେ ଫାଙ୍କା ରହିବ ନାହିଁ।

ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।

ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ।

ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ ଓ ଏହାକୁ ପୁଣିଥରେ ବ୍ୟବହାର କରନ୍ତୁ ନାହିଁ।

ଏହାପରେ ହାତକୁ ଆଲକହଲଯୁକ୍ତ ସାବୁନରେ ଧୁଅନ୍ତୁ।

ଗୋଟେ ମାସ୍କକୁ ଗୋଟେ ଥର ହିଁ ବ୍ୟବହାର କରିବେ।

ହାତକୁ ବାରମ୍ବାର ସାବୁନରେ ହିଁ ଧୁଅନ୍ତୁ। ଏହା ହିଁ ଆପଣଙ୍କୁ କୋଭିଡ୍‌ ୧୯ ଭୂତାଣୁରୁ ସୁରକ୍ଷିତ ରଖିପାରିବ।

LEAVE A REPLY

Please enter your comment!
Please enter your name here