ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ କଳି ହେଲା କାଳ। ଝଗଡ଼ା ଯୋଗୁଁ ଗୋଟିଏ ପରିବାରର ବାପା-ମା’-ପୁଅ ବିଷ ପିଇ ଦେଇଛନ୍ତି। ଏଥିରେ ମା’ର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲା କତରାଗବା ଥାନା ଲଏଡ଼ା ଗ୍ରାମରେ। ବାର୍ତ୍ତମାନ ବାପ-ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

କୌଣସି କାରଣରୁ ସୁବେର ମାହାନ୍ଦିଆଙ୍କ ପରିବାରରେ ଗତ ଦୁଇଦିନ ତଳେ ପ୍ରବଳ ଝଗଡ଼ା ଲାଗିଥିଲା। ସେହି ଝଗଡ଼ାକୁ କେନ୍ଦ୍ର କରି ରବିବାର ସୁବେର, ତାଙ୍କ ପତ୍ନୀ ବୈଦେହୀ ଓ ସେମାନଙ୍କ ବଡ଼ ପୁଅ ସୁଶାନ୍ତ ବିଷ ପିଇ ଦେଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପରେ ମେଡିକାଲରେ ବୈଦେହୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁବେର ଓ ସୁଶାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Comment