ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ସ୍ଵାସ୍ଥ୍ୟ ମିଶନ୍‌ ଅଧୀନରେ ଦେବଗଡ଼ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ନିଯୁକ୍ତି ସୁଯୋଗ। ୧୭ଟି ପଦବୀରେ ସମୁଦାୟ ୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୬ରୁ ୨୪ ଯାଏଁ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ଚାଲୁ ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଯୋଗ ଦେଇପାରିବେ।

ପଦବୀ ବିବରଣୀ:

ମାର୍ଚ୍ଚ ୧୬:

  • ପେଡିଆଟ୍ରିସିଆନ୍‌, ଡିଇଆଇସି- ଗୋଟିଏ ପଦବୀ- (ଦରମା- ୬୬,୧୫୦ ଟଙ୍କା)
  • ମେଡିକାଲ ଅଫିସର୍‌, ଏସ୍‌ଏନ୍‌ସିୟୁ- ୩ଟି ପଦବୀ- (ଦରମା- ୫୨,୯୨୦ ଟଙ୍କା)
  • ମେଡିକାଲ ଅଫିସର୍‌ (ଏମ୍‌ବିବିଏସ୍‌), ଡିଇଆଇସି- ଗୋଟିଏ ପଦବୀ- (ଦରମା- ୫୨,୯୨୦ ଟଙ୍କା)

ମାର୍ଚ୍ଚ ୧୭:

  • ଅପ୍‌ଟୋମେଟ୍ରିଷ୍ଟ, ଡିଇଆଇସି- ଗୋଟିଏ ପଦବୀ- (ଦରମା- ୧୩,୪୨୮ ଟଙ୍କା)
  • ଡେଣ୍ଟାଲ୍‌ ଟେକ୍ନିସିଆନ୍‌, ଡିଇଆଇସି- ଗୋଟିଏ ପଦବୀ- (ଦରମା- ୧୧,୫୬୨ ଟଙ୍କା)
  • ଅଡିଓଲୋଜିଷ୍ଟ ଆଣ୍ଡ ସ୍ପିଚ୍‌ ଥେରାପିଷ୍ଟ, ଡିଇଆଇସି- ଗୋଟିଏ ପଦବୀ- (ଦରମା- ୨୫,୯୩୧ ଟଙ୍କା)
  • ସୋସିଆଲ୍‌ ଓ୍ଵାର୍କର (ଆର୍‌ବିଏସ୍‌କେ+ଏନ୍‌ଟିସିପି) – ଗୋଟିଏ ପଦବୀ- (ଦରମା- ୧୬,୭୭୪ ଟଙ୍କା)

ମାର୍ଚ୍ଚ ୧୮:

  • କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ, ଏନ୍‌ଏମ୍‌ଏଚ୍‌ପି- ଗୋଟିଏ ପଦବୀ- (ଦରମା- ୨୫,୯୩୧ ଟଙ୍କା)
  • ସାଇକିଆଟ୍ରିକ୍‌ ସୋସିଆଲ୍‌ ଓ୍ଵାର୍କର, ଏନ୍‌ଏମ୍‌ଏଚ୍‌ପି- ଗୋଟିଏ ପଦବୀ- (ଦରମା- ୨୫,୯୩୧ ଟଙ୍କା)
  • କମ୍ୟୁନିଟି ନର୍ସ, ଏନ୍‌ଏମ୍‌ଏଚ୍‌ପି- ଗୋଟିଏ ପଦବୀ- (ଦରମା- ୧୫,୯୭୬ ଟଙ୍କା)
  • କେସ୍‌ ରେଜିଷ୍ଟ୍ରୀ ଆସିଷ୍ଟାଣ୍ଟ, ଏନ୍‌ଏମ୍‌ଏଚ୍‌ପି- ଗୋଟିଏ ପଦବୀ- (ଦରମା- ୯,୨୬୧ ଟଙ୍କା)

ମାର୍ଚ୍ଚ ୧୯:

  • ବ୍ଲକ୍‌ ଆକାଉଣ୍ଟ୍‌ସ୍‌ ମ୍ୟାନେଜର- ୨ଟି ପଦବୀ- (ଦରମା- ୧୫,୯୭୬ ଟଙ୍କା)

ମାର୍ଚ୍ଚ ୨୦:

  • ଡାଟା ମ୍ୟାନେଜର, ଆଇଡିଏସ୍‌ପି- ଗୋଟିଏ ପଦବୀ- (ଦରମା- ୨୩,୧୫୩ ଟଙ୍କା)
  • ବ୍ଲକ୍‌ ଡାଟା ମ୍ୟାନେଜର- ଗୋଟିଏ ପଦବୀ- (ଦରମା- ୧୩,୮୯୨ ଟଙ୍କା)

ମାର୍ଚ୍ଚ ୨୧:

  • ଡିପିସି, ଏନ୍‌ଟିଇପି- ଗୋଟିଏ ପଦବୀ- (ଦରମା- ୨୫,୯୩୧ ଟଙ୍କା)

ମାର୍ଚ୍ଚ ୨୩:

  • ପିପିଏମ୍‌ କୋର୍ଡିନେଟର୍‌, ଏନ୍‌ଟିଇପି- ଗୋଟିଏ ପଦବୀ- (ଦରମା- ୨୧,୭୬୩ ଟଙ୍କା)

ମାର୍ଚ୍ଚ ୨୪:

  • ଏସ୍‌ଟିଏସ୍‌, ଏନ୍‌ଟିଇପି- ଗୋଟିଏ ପଦବୀ- (ଦରମା- ୧୮,୨୯୧ ଟଙ୍କା)

ଇଣ୍ଟରଭ୍ୟୁ ସମୟ– ସକାଳ ୧୦.୩୦ରୁ ୧୨ଟା ଯାଏଁ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ଆବେଦନପତ୍ର, ଶିକ୍ଷାଗତ କାଗଜପତ୍ର, ପ୍ରମାଣପତ୍ର, ଫଟୋକପି ଆଦିକୁ ସାଙ୍ଗରେ ଧରି ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ସ୍ଥାନରେ ପହଞ୍ଚିଯିବାକୁ ମାର୍ଚ୍ଚ ୭ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଅଫିସ୍‌ ଅଫ୍‌ ସିଡିଅମ୍‌ ଆଣ୍ଡ୍‌ ପିଏଚ୍‌ଓ, ଦେବଗଡ଼

ଅଧିକ ସୂଚନା ପାଇଁ deogarh.nic.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରିବାକୁ ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି।

source: www.chakiri.plus

Comment