ଓଡ଼ିଶାଲାଇଭ୍‌ ବ୍ୟୁରୋ

corona virus

ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରୁ ଏହି ଭ୍ରାନ୍ତ ଧାରଣାକୁ ଦୂରେଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି।

corona-virus-test

ଗରମ ଜଳବାୟୁରେ କରୋନା ଭାଇରସ୍‌ର ପ୍ରଭାବ ପଡ଼େ ନାହିଁ?

ଗରମ ଜଳବାୟୁରେ କୋରୋନା ଭାଇରସ୍‌ର ପ୍ରଭାବ ପଡ଼େନି ବୋଲି କେହି କେହି ଭାବନ୍ତି। କିନ୍ତୁ ଏହା ଏକ ଭୁଲ ଧାରଣା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗରମ ଏବଂ ଥଣ୍ଡା ଉଭୟ ଜଳବାୟୁରେ COVID-19 ଭୂତାଣୁ ସଂକ୍ରମିତ ହୋଇପାରେ|

ତେଣୁ ଭାରତରେ ଏବେ ଗ୍ରୀଷ୍ମୠତୁ ହୋଇଥିବାରୁ କରୋନାର ପ୍ରଭାବ ପଡ଼ିବ ନାହିଁ ବୋଲି ଯଦି  କେହି କହୁଛନ୍ତି ତାଙ୍କ କଥାରେ ବିଶ୍ୱାସ କରନ୍ତୁ ନାହିଁ।

ଗରମ ପାଣିରେ ଗାଧୋଇଲେ କୋରୋନା ସଂକ୍ରମଣରୁ ରକ୍ଷା ମିଳେ?

ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ ରହିଥାଏ।  ତେଣୁ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ତାପମାତ୍ରାରେ କୌଣବି ବିଶେଷ ପରିବର୍ତ୍ତନ ହୁଏନାହିଁ। ବରଂ ଆପଣ ଅଧିକ ଗରମ ପାଣିରେ ଗାଧୋଇଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ। କରୋନା ଭାଇରସରୁ ବଞ୍ଚିବା ପାଇଁ ଗରମ ପାଣିରେ ଗାଧୋଇବା ଅପେକ୍ଷା ନିୟମିତ ସାବୁନରେ ହାତ ଧୁଅନ୍ତୁ। ଏହା କଲେ ଆପଣଙ୍କ ହାତରେ ଯଦି କୌଣସି ଭୂତାଣୁ ରହିଥାଏ ତାହା ମରିଯିବ। ତେଣୁ ଆପଣଙ୍କ ସଂକ୍ରମିତ ହାତ ଭୁଲରେ ସୁଦ୍ଧା ପାଟି, ନାକ ବା ଆଖିରେ ବାଜିଲେ କୌଣସି ସଂକ୍ରମଣର ଆଶଙ୍କା ରହିବ ନାହିଁ।

କରୋନା ଭାଇରକୁ ମାରିବାରେ ହ୍ୟାଣ୍ଡ ଡ୍ରାୟର୍ ପ୍ରଭାବଶାଳୀ କି?

କରୋନା ଭାଇରସକୁ ମାରିବାରେ ମାରିବାରେ ହ୍ୟାଣ୍ଡ ଡ୍ରାୟର୍ ପ୍ରଭାବଶାଳୀ ନୁହେଁ|

ରସୁଣ କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ?

ଭୁଲ କଥା। ରସୁଣ ହେଉଛି ଏପରି ଏକ ଖାଦ୍ୟ ଉପାଦାନ ଯେଉଁଥିରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଥାଏ। ତେବେ ଏହା ଖାଇଲେ ଯେ କରୋନା ଭାଇରସ ପ୍ରଭାବରୁ ରକ୍ଷା ମିଳିଥାଏ ତାହା ଭାବିବା ଭୁଲ। ରସୁଣର ବିଭିନ୍ନ ଔଷଧୀୟ ଗୁଣ ରହିଛି। କିନ୍ତୁ କରୋନା ଭୂତାଣୁ ସହ ରସୁଣର କିଛି ସଂପର୍କ ଥିବାର ଡାକ୍ତରୀ ପ୍ରମାଣ ନାହିଁ।

ମଶାଙ୍କ ମାଧ୍ୟମରେ କରୋନା ସଂକ୍ରମଣ ବ୍ୟାପିଥାଏ କି?

ମଶା ମାଧ୍ୟମରେ ମ୍ୟାଲେରିଆ ଓ ଫାଇଲେରିଆ ଭଳି  ରୋଗ ବ୍ୟାପି ଥାଏ। ତେବେ ପ୍ରଶ୍ନ ଉଠୁଛି ଯେ ମଶା ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି କି? ହଁ। କାରଣ, ଯଦି ମଶା କରୋନା ଆକ୍ରାନ୍ତଙ୍କୁ କାମୁଡ଼ି ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼େ ତାହେଲେ ଏହାଦ୍ୱାରା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।

ମାଂସ ଖାଇଲେ କ’ଣ କୋରୋନା ବ୍ୟାପିବ?

କରୋନା ବ୍ୟାପିବା ପରେ ଅନେକ ଲୋକ ମାଛ, ମାଂସ ଓ ଅଣ୍ଡା ଖାଇବା ନେଇ ପ୍ରଶ୍ନ କରୁଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସବୁ ଖାଦ୍ୟ ମାଧ୍ୟମରେ ସିଧାସଳଖ ଭାବେ କରୋନା ଭୂତାଣୁ ବ୍ୟାପିବାର ସେପରି କିଛି ପ୍ରମାଣ ନାହିଁ। ତେବେ ଆମ ଦେଶରେ ଅନେକ ସମୟରେ ଯେପରି ଅପରିଷ୍କାର ପରିବେଶ ଭିତରେ ମାଛ, ମାଂସ ବିକ୍ରି ହୋଇଥାଏ। ସେହି ପ୍ରକ୍ରିୟାରେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ବ୍ୟକ୍ତିଙ୍କୁ ଡେଇଁବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଖାଦ୍ୟ ବଜାରରୁ କିଣି ଆଣିବା ବେଳେ ତଥା ଘରେ ପ୍ରସ୍ତୁତ କଲା ବେଳେ ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଦରକାର।

 ଗୃହ ପାଳିତ ପଶୁଙ୍କ ମାଧ୍ୟମରେ କରୋନା ବ୍ୟାପିଥାଏ କି?

ଗୃହପାଳିତ ପଶୁ ଯେପରିକି ବିଲେଇ ଏବଂ କୁକୁରଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେଉଥିବାର କିଛି ପ୍ରମାଣ ନାହିଁ।

LEAVE A REPLY

Please enter your comment!
Please enter your name here