ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ପାଇଁ କେନ୍ଦ୍ରାପଡ଼ା ଭିତରକନିକାରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ଏହି କଟକଣା କରିଛି ରାଜନଗର ବନ ବିଭାଗ। କଟକଣା ଆସନ୍ତାକାଲି ୧୭ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳ ଛଡା ପୃଥିବୀର ବିଭିନ୍ନ ଦେଶରୁ ପ୍ରତିବର୍ଷ ଏହି ସମୟରେ ଶହଶହ ପର୍ଯ୍ୟଟକ ଭିତରକନିକା ଆସିଥାନ୍ତି। ରାଜ୍ୟ ସରକାର କରୋନା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟରେ କଟକଣା ଜାରି କରିଥିବାରୁ ରାଜନଗର ବନ ବିଭାଗ ଏଥିରେ ସାମିଲ ହୋଇଛି। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଭିତରେ ପ୍ରବେଶ ପାଇଁ  କୌଣସି ଟିକେଟ ମିଳିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅନୁପ୍ରବେଶ ଧରାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ସତର୍କ କରିଦେଇଛି। ଆଜି ଏହି ଘୋଷଣା କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି।

Comment