ଓଡ଼ିଶାଲାଇଭ୍ ବ୍ୟୁରୋ

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଏବେ ଚଳଚଞ୍ଚଳ ହୋଇଉଠିଛି ଭିତରକନିକା। ଶୁକ୍ରବାର ସକାଳ ୬ଟାରୁ ପକ୍ଷୀ ଗଣନା କାମ ଆରମ୍ଭ ହୋଇଛି। ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୭ଟି ଟିମ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯିବ।

ପକ୍ଷୀ ଗଣନା ଟିମରେ ସାମିଲ ହୋଇଛନ୍ତି ପ୍ରାଣୀ ବିଜ୍ଞାନ ବିଭାଗର ୨୧ ଜଣ ଛାତ୍ରଛାତ୍ରୀ ଏବଂ ବନବିଭାଗ କର୍ମଚାରୀ। ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ରହିଛନ୍ତି। ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଏବଂ କୁଜଙ୍ଗରେ ଗଣନା ଜାରି ରହିଛି।

ଗୁରୁବାରଠାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଥିବାବେଳେ ହୀରାକୁଦରେ ଆସନ୍ତା ୮ ତାରିଖରୁ ପକ୍ଷୀ ଗଣନା ହେବ। ଛତିଶଗଡ଼ ସୀମା ଯାଏଁ ପକ୍ଷୀ ଗଣନା କରାଯିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ।

Tags: #BirdCounting #Bhitarakanika #AnnualBirdCensus #Odisha

Comment