ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକାରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଛି। ଏହି ଅବସରରେ ଡାଙ୍ଗମାଳର ରେଞ୍ଜର ସ୍ଵାତୀ ମହାନ୍ତି, ସ୍ଥାନୀୟ ବନବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ସଚେତନ କରାଇଛନ୍ତି।

ଆର୍ଦ୍ରଭୂମି ବା ଜଳଭୂମି ସେହି ସ୍ଥାନକୁ ବୁଝାଇଥାଏ ଯାହା ବର୍ଷସାରା ଜଳଥିବା ଅଗଭୀର ଅଞ୍ଚଳ। ଏହା ସନ୍ତସନ୍ତିଆ କିମ୍ବା ଉପରିଭାଗ ଘାସ ଦ୍ୱାରା ଆଛାଦିତ ହୋଇଥାଏ।

‘‘ଆର୍ଦ୍ରଭୂମି ଜୈବ ବିବିଧତାକୁ ଧରି ରଖିଥାଏ। ଏହା ଜଳ ଏବଂ ଜଳଜ ଉଦ୍ଭିଦରୁ ପ୍ରାଥମିକ ଉତ୍ପାଦକ ତିଆରି କରିଥାଏ । ଯାହା ଉପରେ କି ଅଗଣିତ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ତଥା ବିଭିନ୍ନ ପ୍ରଜାତିର ପକ୍ଷୀ, ସ୍ତନ୍ୟପାୟୀ ଜୀବ, ମାଛ ଓ ଅମେରୁଦଣ୍ଡୀୟ ପ୍ରାଣୀଙ୍କର ଆବାସସ୍ଥଳୀ ହୋଇଥାଏ। କିନ୍ତୁ ଦିନକୁ ଦିନ ଏହା ର ପରିମାଣ କମି ଯାଇଥିବାରୁ ଏହାର ସଂରକ୍ଷଣର ଆବଶ୍ୟକତା ରହିଛି’’ କହିଥିଲେ ସ୍ୱାତୀ ମହାନ୍ତି।

ସଂକୁଚିତ ହେଉଛି ଆର୍ଦ୍ରଭୂମି। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଆର୍ଦ୍ରଭୂମି ପ୍ରତି ବିପଦ ଆଣୁଛି। ଭିତରକନିକାର ଆର୍ଦ୍ରଭୂମି ଅଞ୍ଚଳ ମଧ୍ୟ ବିପଦର ପାଦଦେଶରେ ରହିଛି। ଲୋକେ ଆଦ୍ରଭୂମି ଅଞ୍ଚଳରୁ ପ୍ରକୃତିକ ବୃକ୍ଷ ସବୁ କାଟୁଛନ୍ତି। ଘାସ କାଟିନେଉଛନ୍ତି। ସନ୍ତସନ୍ତିଆ ସ୍ଥାନକୁ ସୁଖିଲା କରିବାକୁ ମାଟିପକାଇ ବେଆଇନ୍ ଗୃହ ନିର୍ମାଣ କରୁଛନ୍ତି। ଫଳରେ ଆଦ୍ରଭୂମିର ପରିସୀମା କମିକମି ଯାଉଛି। ଏସବୁକୁ ନିୟନ୍ତ୍ରଣ ନକଲେ ଏହାର ପ୍ରତିକୂଳ ପ୍ରଭାବ ଯୈବବିବିଦ୍ଧତା ଉପରେ ପଡିପାରେ ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

ଭିତରକନିକା ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ସ୍ଵାତୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ଅଧ୍ୟକ୍ଷ ଜୟୀରାମ ସେଠୀ, ନଗା ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ମିଶ୍ର , ରେଞ୍ଜ ଫରେଷ୍ଟର ଶ୍ରୀଯୁକ୍ତ କପିଳେନ୍ଦ୍ର ପ୍ରଧାନ,ଫରେଷ୍ଟ ଗାର୍ଡ ଶ୍ରୀଯୁକ୍ତ ସୁନିଲ ରଞ୍ଜନ ରାଉତରାୟ, ଲକ୍ଷ୍ମୀଧର ବାରିକ, ଫରେଷ୍ଟର ତଳଚୁଆ, ପ୍ରଶାନ୍ତ କୁମାର ସିଂହ ଫରେଷ୍ଟର ଖୋଳା, ଏବଂ ଭିତରକନିକା ସମସ୍ତ ଫରେଷ୍ଟ ଷ୍ଟାଫ୍ ଙ୍କ ସହ, ସ୍ଥାନୀୟ ସରପଞ୍ଚ ଡ଼ାଙ୍ଗମାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଖମାରସହି ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରତିକାନ୍ତ ସେଠି, ଇଡିସି ସଭାପତି ଡାଙ୍ଗମାଳ ପ୍ରଭାତ କୁମାର ବେହେରା, ଇଡିସି ମେମ୍ବର ବରାଡିଆ ଓମ୍ ପ୍ରକାଶ ବାରିକ୍   ସ୍ଵଚ୍ଛା ସେବୀ ସଂଗଠନ ରାହାର କର୍ମକର୍ତ୍ତା, ଅଭିଜିତ ଦାସ, ୟଶବନ୍ତ୍ ସିଂହ, ସମୀର ପ୍ରକାଶ ବେହେରା ରଣଜିତ ବେଉରାୟ,ବିଷ୍ଣୁପଦ ମଣ୍ଡଳ, ସ୍ଥାନୀୟ ଯୁବ ବନ୍ଧୁ  ରବିନ୍ଦ୍ର ସିଂ, ପବିତ୍ର କରଣ,ଦିଲ୍ଲୀପ କୁମାର ମଣ୍ଡଳ, ସ୍ଥାନୀୟ ନେତୃମଣ୍ଡଳୀ ଯୋଗଦେଇଥିଲେ।

ସେହିପରି ଆର୍ଦ୍ରଭୂମିକୁ କିପରି ସୁରକ୍ଷିତ କରାଯାଇପାରିବ ସେନେଇ ଯୁବ ବନ୍ଧୁମାନେ  ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଦିନକୁ ଦିନ ଆର୍ଦ୍ରଭୂମିର ପରିମାଣ କମି କମି ଯାଉଥିବାରୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ବିକାଶ ପାଇଁ ଆହ୍ୱାନ ଦିଆଯାଇଥିଲା।

Comment