ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଚାଲିଯାଇଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ। ଯାତ୍ରା କଳାକାରଙ୍କୁ ଧରି ଯାଉଥିବା ଗୋଟିଏ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରାୟ ୭ ଜଣ କଳାକାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ନାରାୟଣପୁର ଯାଇଥିଲେ। କାର୍ଯ୍ୟକ୍ରମ ସାରି ସମସ୍ତେ ସୋମବାର ଦିନ ଭୋର ସମୟରେ ଗୋଟିଏ ବୋଲେରୋରେ ଫେରୁଥିଲେ। ଓସ୍ତପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ସେଠାରେ ଥିବା ଗୋଟିଏ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପୋଲିସ ଏବଂ ସ୍ଥାନୀୟ ଲୋକ ମୃତାହତଙ୍କୁ ଉଦ୍ଧାର କରିଥିଲେ।

Tags: #Kendrapara #RoadAccident #Death #Odisha

Comment