ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାରଠାରୁ ବନ୍ଦ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଜାନୁଆରି ୧୩ ତାରିଖ ଯାଏଁ ୯ ଦିନ ବନ୍ଦ ରହିବ ଭିତରକନିକା। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାର ନଦୀରେ ରହୁଥିବା କୁମ୍ଭୀରମାନଙ୍କ ଗଣନା କରିଯିବ। ଏଥିରେ ଭିତରକନିକା ଅନ୍ତର୍ଗତ ୪ଟି ରେଞ୍ଜ ରାଜନଗର, ଗହିରମଥା, କନିକା, ମହାକାଳପଡ଼ାରେ କୁମ୍ଭୀର ଗଣାଯିବ।

ତେବେ ଭିତରକନିକାରେ ଜାନୁଆରି ୧୦ରୁ ୧୨ ତାରିଖ ଯାଏଁ କୁମ୍ଭୀର ଗଣନା ହେବ। ଏହାପୂର୍ବରୁ ଶୁକ୍ରବାରଠାରୁ ଜାତୀୟ ଉଦ୍ୟାନର ଜଳରାଶିରେ ବୋଟ ଚଳାଚଳ ବନ୍ଦ ରଖାଯାଇଛି। କୁମ୍ଭୀର ଗଣନା କାମରେ ବନବିଭାଗ ଟିମ୍ ଏବଂ ବିଶେଷଜ୍ଞ ଦଳ ସାମିଲ ହେବେ। ଏଥିପାଇଁ ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। 

୨୦୨୩ ମସିହାରେ ଗଣନା ପରେ ଭିତରକନିକାରେ ୧,୭୯୩ଟି କୁମ୍ଭୀର ଥିବା ଜଣାପଡ଼ିଥିଲା। ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ବଢ଼ିବା ନେଇ ଭିତରକନିକା କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।    

Tags: #BhitarkanikaNationalPark #CrocodileCensus #Kendrapara #Odisha

LEAVE A REPLY

Please enter your comment!
Please enter your name here