ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛନ୍ତି ରାଜ୍ୟ ସରକାର। ଆଜି ଗୃହ ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଚିଠି ଲେଖି ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।
କଲ୍ୟାଣମଣ୍ଡପଗୁଡ଼ିକୁ ଅସ୍ଥାୟୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଭାବେ ଖୋଲିବାକୁ ଚିଠିରେ ଉଲ୍ଲେଖ ରହିଛି।
ବାତ୍ୟା ଆଶ୍ରୟସ୍ଥଳୀକୁ କ୍ୱାରେଣ୍ଟାଇନ୍ କେନ୍ଦ୍ର କରିବାକୁ ନିର୍ଦ୍ଦେଶ।
ବାତ୍ୟା ଆଶ୍ରୟସ୍ଥଳୀ ଓ କଲ୍ୟାଣମଣ୍ଡପରେ ବିଜୁଳି ସଂଯୋଗ ସହ ଡିଜି ସେଟ୍ ରଖିବାକୁ ନିର୍ଦ୍ଦେଶ।
କେନ୍ଦ୍ରଗୁଡ଼ିକୁ ପରିଷ୍କାର ପରିଚ୍ଛନ ରଖିବାକୁ ଚିଠିରେ ଉଲ୍ଲେଖ ଅଛି।
ଏହି ଅସ୍ଥାୟୀ କ୍ୱାରେଣ୍ଟାଇନ୍କୁ ତଦାରଖ କରିବେ ଓ୍ୱାର୍ଡ ଅଫିସରମାନେ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କମ୍ୟୁନିଟି ହଲ୍ ଓ କଲ୍ୟାଣମଣ୍ଡପକୁ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ପ୍ରାୟ ୨୫ଟି ସ୍ଥାନରେ ବିଏମ୍ସି ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ।