ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ। ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ଏହି ପଞ୍ଚାୟତ ଉପ-ନିର୍ବାଚନକୁ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୨୦ ଜିଲ୍ଲାରେ ଦୁଇ ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ, ୮୪ ୱାର୍ଡ ସଭ୍ୟ ନିର୍ବାଚିତ ହେବାର ଥିଲା। ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।ଏଥିସହିତ ରାଜ୍ୟର ସମସ୍ତ ସ୍କୁଲ, କଲେଜ୍, ମଲ୍, ସିନେମା ହଲକୁ ମଧ୍ୟ ବନ୍ଦ କରିଦିଆଯାଇଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Comment