ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ମାର୍ଚ୍ଚ ୪ ସୁଦ୍ଧା ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ
- ଆଗୁଆ ପଞ୍ଜୀକରଣ କଲେ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି
- ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି କରିପାରିବେ ପଞ୍ଜୀକରଣ
ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ ବା ଓଡ଼ିଶାରେ ପହଞ୍ଚିଥିଲେ ଓଡ଼ିଶା ସରକାରଙ୍କ ଓ୍ୱେବ୍ସାଇଟ୍ www.covid19.odisha.gov.in ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଆଗୁଆ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।
ସରକାରଙ୍କ ପରାମର୍ଶ ଅନୁଯାୟୀ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଆସିଥିବା ବ୍ୟକ୍ତିମାନେ www.covid19.odisha.gov.in ୱେବସାଇଟରେ ଲଗ୍ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ତେବେ ଯେଉଁମାନେ ଚାହିଁବେ ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି ମଧ୍ୟ କରିପାରିବେ ପଞ୍ଜୀକରଣ।
ଯେଉଁମାନେ ଗତ କିଛିଦିନ ଭିତରେ ବିଦେଶରୁ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ନିଜ ଆଡୁ କିମ୍ବା ତାଙ୍କ ପରିବାର ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ସରକାର ୩ ଦିନ ସମୟ ଦେଇଛନ୍ତି। ୧୯ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ।