ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

ଭାରତରେ କରୋନା ନେଲା ଆଉ ଏକ ଜୀବନ। ମଙ୍ଗଳବାର ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ବର୍ଷୀୟ ବ୍ୟକ୍ତିଙ୍କ କରୋନା ମୃତ୍ୟୁ ହୋଇଛି। ଫଳରେ ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ମାର୍ଚ୍ଚ ୩ତାରିଖରେ ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ। ଏହାପରେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖା ଦେବାରୁ ସେ ୪ତାରିଖରେ କସ୍ତୁରବା ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୫ତାରିଖରେ ତାଙ୍କ କରୋନା ପଜିଟିଭ୍ ଆସିଥିଲା। ଏହାପରଠାରୁ ସେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ଦିଲ୍ଲୀ ଏବଂ କର୍ଣ୍ଣାଟକରେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରରେ ଏବେ ବି ୩୮ଜଣ କରୋନା ଆକ୍ରାନ୍ତ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ହଜାର ଜଣ କୋରନା ସନ୍ଦିଗ୍ଧଙ୍କ ଲାଳ ନମୁନା କରୋନା ଯାଞ୍ଚ ପାଇଁ ପଠାଯାଇଛି।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ  ନିକଟସ୍ତ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଲକୋଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here