ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌କୁ ନେଇ କଠୋର ହେଲା ଦିଲ୍ଲୀ ପୋଲିସ। ମାର୍ଚ୍ଚ ୩୧ ଯାଏଁ ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସ ନା କହିଛି। ଏଥିପାଇଁ କୌଣସି ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଆଜି କୁହାଯାଉଛି। କରୋନା ଭାଇରସ୍‌ ବ୍ୟାପୁଥିବାରୁ ଗୋଟିଏ ଜାଗାରେ ଏକାଧିକ ଲୋକ ଜମା ହେବା ଉପରେ ମଧ୍ୟ ପୋଲିସ କଟକଣା ଜାରି କରିଛି।

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦିଲ୍ଲୀରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏଭଳି ପଦକ୍ଷେପ ନେଇଛି।

ଗରୁଗ୍ରାମ ପ୍ରଶାସନ ବଡ଼ ଘୋଷଣା କରିଛି। ଘରେ ବସି କାମ କରିବାକୁ ପ୍ରଶାସନ ଅପିଲ୍‌ କରିଛି। ଗୁରୁଗ୍ରାମରେ ଥିବା ସମସ୍ତ ବିପିଓ ସେଣ୍ଟର, ବହୁ ରାଷ୍ଟ୍ରୀୟ କମ୍ପାନି, ଉଦ୍ୟୋଗୀ ସଂସ୍ଥାର କର୍ମଚାରୀମାନେ ଘରେ ବସି କାମ କରିବାକୁ ଅପିଲ କରାଯାଇଛି।

Comment