ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ପାଇଁ ଏବେ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଯେଉଁଠି ଦେଖ ଲୋକେ ମାସ୍କ, ହ୍ୟାଣ୍ଡ ଓ୍ୱାସ, ସାନିଟାଇଜର କିଣିବା ପାଇଁ ଭିଡ଼ ଲଗାଇଛନ୍ତି। ଫଳରେ ବଜାରରୁ ମାସ୍କ ଉଭେଇଗଲାଣି। ଏଥି ସହିତ ଭାରତ, ଆମେରିକା ଭଳି ଦେଶରେ ମାସ୍କର ଚାହିଦା ପ୍ରତିଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ସେ ସମସ୍ତଙ୍କ ପାଇଁ ମାସ୍କ ଜରୁରୀ ନୁହେଁ। ତେବେ ଆସନ୍ତୁ ଜାଣିବା କେଉଁମାନେ ମାସ୍କ ପିନ୍ଧିବା ଜରୁରୀ…

-ଯଦି ଆପଣଙ୍କୁ ଜ୍ୱର, କାଶ, ନିଶ୍ୱାସ ନେବାରେ ହେଉଛି ତାହେଲେ ଆପଣ ମାସ୍କ ପିନ୍ଧିପାରିବେ।

-ଯଦି ଆପଣ କୌଣସି ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି ତାହେଲେ ମାସ୍କ ବାନ୍ଧନ୍ତୁ।

-ଯଦି ଆପଣ ଜଣେ ମେଡିକାଲ କର୍ମଚାରୀ ଏବଂ କୌଣସି କରୋନା ସନ୍ଦିଗ୍ଧ ବା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ତେବେ ମାସ୍କ ବାନ୍ଧିବା ଜରୁରୀ।

 ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।

ମାସ୍କର କେଉଁ ପଟ ଭିତରକୁ ଓ କେଉଁ ପଟ ବାହାରକୁ ପିନ୍ଧିବେ ଜାଣି ରଖନ୍ତୁ।

ଏବେ ମାସ୍କ ଷ୍ଟ୍ରିପ ମୁହଁରେ ଲଗାନ୍ତୁ।

ନାକ ପାଖରେ ଥିବା ମେଟାଲକୁ ନାକ ସହ ଟାଇଟ୍‌ କରନ୍ତୁ।

ଏବେ ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ଆପଣଙ୍କୁ ମୁହଁ ଓ ଥୋଡ଼ିକୁ ଘୋଡ଼ାଇ ରଖନ୍ତୁ। ଧ୍ୟାନ ଦିଅନ୍ତୁ, ଯେପରି ମାସ୍କ ଓ ମୁହଁ ଭିତରେ ଫାଙ୍କା ରହିବ ନାହିଁ।

ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।

ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ।

ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ ଓ ଏହାକୁ ପୁଣିଥରେ ବ୍ୟବହାର କରନ୍ତୁ ନାହିଁ।

ଏହାପରେ ହାତକୁ ଆଲକହଲଯୁକ୍ତ ସାବୁନରେ ଧୁଅନ୍ତୁ।

ଗୋଟେ ମାସ୍କକୁ ଗୋଟେ ଥର ହିଁ ବ୍ୟବହାର କରିବେ।

ହାତକୁ ବାରମ୍ବାର ସାବୁନରେ ହିଁ ଧୁଅନ୍ତୁ। ଏହା ହିଁ ଆପଣଙ୍କୁ କୋଭିଡ୍‌ ୧୯ ଭୂତାଣୁରୁ ସୁରକ୍ଷିତ ରଖିପାରିବ।

LEAVE A REPLY

Please enter your comment!
Please enter your name here