ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ବିଶ୍ୱର ୧୬୨ଟି ରାଷ୍ଟ୍ରକୁ ବ୍ୟାପି ଗଲାଣି। ବିଶ୍ୱବ୍ୟାପୀ ୧, ୭୯, ୨୫୬ ଜଣ  ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦, ୮୬୦ ରହିଛି। ୟୁରୋପୀୟ ରାଷ୍ଟ୍ର ଇଟାଲି, ସ୍ପେନ, ଫ୍ରାନ୍ସରେ ସାଂଘାତିକ ଅବସ୍ଥା ଉପୁଜିଛି। ଏଭଳି ସ୍ଥିତିରେ ସଚେତନ ରହିବା ସମସ୍ତଙ୍କ ପାଇଁ ଜରୁରୀ। ଯାହାଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ବି ସୁରକ୍ଷିତ ରଖିପାରିବେ।

’ଣ କରିବେ?

  • ଦିନକୁ ନିୟମିତ ବ୍ୟବଧାନରେ ଅତିକମରେ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ। ହାତ ପରିଷ୍କାର ଦେଖାଯାଉଥିଲେ ବି ବାରମ୍ବାର ହାତ ଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ।
  • ହାତ ଧୋଇଲା ବେଳେ ଆଲକହଲଯୁକ୍ତ ସାବୁନ ବ୍ୟବହାର କରନ୍ତୁ।
  • କାଶିଲା, ଛିଙ୍କିଲା ବେଳେ ମୁହଁକୁ କପଡ଼ାରେ ଧୋଇ ଦିଅନ୍ତୁ।
  • ଲକ୍ଷଣକୁ ଚିହ୍ନନ୍ତୁ
  • ଜ୍ୱର, କାଶ କିମ୍ବା ସର୍ଦ୍ଦି ଥିଲେ ଘରେ ଅଲଗା ରୁହନ୍ତୁ।

କରିବେ ନାହଁ?

  • ଆପଣଙ୍କ ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ। କାରଣ ଏହି ବାଟ ଦେଇ ଆପଣଙ୍କ ଶରୀରକୁ ଭୂତାଣୁ ପ୍ରବେଶ କରିପାରେ।
  • ସାମାଜିକ ଜନସମାଗମରେ ଯୋଗ ଦିଅନ୍ତୁ ନାହିଁ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here