ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ଯୋଗୁଁ ଏବେ ବଜାରରେ ମାସ୍କର ଦର ଆକାଶ ଛୁଆଁ। ଲୋକମାନେ କରୋନା ଭାଇରସ୍ ଭୟରେ ବଜାରରୁ ଚଢ଼ା ଦରରେ ମାସ୍କ କିଣୁଥିବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବଜାରରେ ମାସ୍କର ଘୋର ଅଭାବ ମଧ୍ୟ ଦେଖା ଦେଇଛି। ଏହି କାରଣରୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କେଉଁ ଲୋକମାନେ ମାସ୍କ ପିନ୍ଧିବେ ଓ କେଉଁମାନେ ମାସ୍କ ପିନ୍ଧିବେନି ସେନେଇ ସୂଚନା ଦେଇଛନ୍ତି।

ସୁବ୍ରତ ବାଗଚୀ କହିଛନ୍ତି ଯେ, କେବଳ ଯେଉଁ ଲୋକମାନେ ସର୍ଦ୍ଦି, ଥଣ୍ଡା ଓ କାଶରେ ଅସୁସ୍ଥ ଅଛନ୍ତି ସେହିମାନେ ହିଁ ମାସ୍କ ବ୍ୟବହାର କରନ୍ତୁ। ଏହାସହ ଯେଉଁ ଲୋକମାନେ ହସ୍ପିଟାଲରେ କାମ କରୁଛନ୍ତି ସେହିମାନେ ହିଁ କେବଳ ମାସ୍କର ବ୍ୟବହାର କରନ୍ତୁ। ଏହାବ୍ୟତୀତ ଅନ୍ୟ କୌଣସି ଲୋକମାନେ ଅଯଥାରେ ମାସ୍କ ବ୍ୟବହାର ନକରନ୍ତୁ ବୋଲି ସୁବ୍ରତ ବାଗଚି କହିଛନ୍ତି।ସୁସ୍ଥ ଲୋକମାନେ ଅଯଥାରେ ମାସ୍କ ବ୍ୟବହାର କରିବା କାରଣରୁ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ସୁସ୍ଥ ଲୋକମାନେ କଦାପି ମାସ୍କ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

କରୋନାକୁ ନେଇ ରାଜ୍ୟ ସରକାର ଅନେକଗୁଡିଏ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ଲୋକମାନେ ସେହି ଗାଇଡଲାଇନକୁ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

Comment