ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏବେ ସାମାଜିକ ଦୂରତା ବା social distancing ଉପରେ ଗୁରୁତ୍ୱ ଦିଆଯାଉଛି। କ’ଣ ଏହି ସାମାଜିକ ଦୂରତା? ଆସନ୍ତୁ ଜାଣିବା। ଇନ୍‌ଫେକ୍ସନ କମ ବ୍ୟାପିବା ଓ ରୋଗ ଶୀଘ୍ର କମିବା ଏହି ଦୁଇଟି ଉଦ୍ଦେଶ୍ୟ ନେଇ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଆରୋପ କରଯାଉଛି। ଗୋଟିଏ ସ୍ଥାନରେ ବହୁତ ବେଶୀ ଲୋକ ଜମା ହେଲେ ସଂକ୍ରମଣର ଆଶଙ୍କା ବଢ଼ି ଥାଏ। କରୋନା ଭାଇରସ ନିଜ ଦେହରେ ପ୍ରବେଶ ନକରିବା ପାଇଁ ଦୂରତା ବଜାୟ ରଖିବା ନିତାନ୍ତ ଜରୁରୀ। ସାମାଜିକ ଦୂରତା କ’ଣ ଆସନ୍ତୁ ଜାଣିବା।

କ’ଣ କରିବେ ନାହିଁ?

  • ଗ୍ରୁପରେ ଜମା ହେବା
  • ଅନ୍ୟ କାହାର ଘରେ ଯାଇ ରହିବା
  • ଖେଳିବା ପାଇଁ ପାର୍ଟି କରିବା
  • କଂସର୍ଟ କୁ ଯିବା
  • ଥିଏଟର ଯିବା
  • ଖେଳ ସମ୍ପର୍କିତ କାର୍ଯ୍ୟକ୍ରମକୁ ଯିବା
  • ସପିଙ୍ଗ ମଲକୁ ଯିବା
  • ଜିମରେ ବ୍ୟାୟାମ କରିବା
  • ଘରକୁ ଅତିଥିଙ୍କୁ ନିମନ୍ତ୍ରଣ କରିବା
  • ଅଧିକ ଭିଡ଼ ଥିବା ବସରେ ଯିବା

କ’ଣ କରିପାରିବେ?

  • ୱାକ ବା ଚାଲିବା
  • ନିଜ ଘରେ ରହି ଖେଳାଖେଳି
  • ଆଲମାରୀ ସଫା
  • ବହି ପଢ଼ା
  • ଗୀତ ଶୁଣିବା
  • ଖାଦ୍ୟ ତିଆରି
  • ଡ୍ରାଇଭରେ ଯିବା
  • ପସନ୍ଦର ଟିଭି ପ୍ରୋଗ୍ରାମ ଦେଖିବା
  • ସାଙ୍ଗ ସାଥୀଙ୍କ ଖବର ନେବା

Comment