ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୪୭ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୩୧୦ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୨୨୪ ଜଣ ରହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨୧ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧ ଜଣ, ବାଲେଶ୍ୱରରୁ ୧୫ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗିରରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୮, କଟକ ଜିଲ୍ଲାରୁ ୧୫ ଜଣ, ଦେବଗଡ଼ ଜିଲ୍ଲାରୁ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୨୪ ଏବଂ ଗଞ୍ଜାମ ଜିଲ୍ଲାରୁ ୩ ଜଣ ରହିଛନ୍ତି।

ସେହିପରି ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୨୬ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୮ ଜଣ, କୋରାପୁଟରୁ ୧୭ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୧୪ ଜଣ, ନବରଙ୍ଗପୁରରୁ ୫ ଏବଂ ନୟାଗଡ଼ରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି। ଏହା ହସ ନୂଆପଡ଼ା ଜିଲ୍ଲାରୁ ୧୦ ଜଣ, ପୁରୀରୁ ୮ ଜଣ, ରାୟଗଡ଼ାରୁ ୩୨ ଜଣ, ସମ୍ୱଲପୁରରୁ ୧୭ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୧୨୧ ଜଣ ଓ ଷ୍ଟେଟ ପୁଲରୁ ୧୮ ଜଣ ରହିଛନ୍ତି।

ରାଜ୍ୟରେ ମୋଟ ୭,୦୯୯ଟି ସକ୍ରିୟ ମାମଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୧, ୯୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୬୫, ୮୪୩ ଜଣ ସୁସ୍ଥ ହୋଇଛନ୍ତି। ଗତକାଲି ୧୮ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୬୭୧ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Comment