ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୧୩୧ ଜଣ ରହିଛନ୍ତି। ୩୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣର ୨୭୮ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨ ଜଣ, ବାଲେଶ୍ୱରରୁ ୧୨ ଜଣ, ବରଗଡ଼ରୁ ୧୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୬, କଟକରୁ ୩୧ ଜଣ ଓ ଦେବଗଡ଼ରୁ ୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ଢେଙ୍କାନାଳ ଜିଲ୍ଲାରୁ ୫ ଜଣ, ଗଜପତିରୁ ୨୭, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୧୨ ଜଣ ଓ  ଯାଜପୁର ଜିଲ୍ଲାରୁ ୪୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାସହ ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେନ୍ଦୁଝରରୁ ୯ ଜଣ, କୋରାପୁଟରୁ ୩୯ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ୪ ଓ ନୟାଗଡ଼ରୁ ୧୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୯ ଜଣ, ସମ୍ୱଲପୁରରୁ ୨୮ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୦୫ ଜଣ ଓ ଷ୍ଟେଟ ପୁଲରୁ ୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତକାଲି ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୮୮୬ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୧୬ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୮୫୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୧୫ ତାରିଖ ରିପୋର୍ଟ ଅନୁସାରେ ୯୨୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୧୪ ତାରିଖ ରିପୋର୍ଟ ଅନୁସାରେ ୮୫୯ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଗତ ୧୩ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୧,୧୪୮ ଜଣ ଏବଂ ୧୨ ତାରିଖ ୧,୫୩୯ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ଏକ ସପ୍ତାହର ରିପୋର୍ଟକୁ ଅନୁଧ୍ୟାନ କଲେ ରାଜ୍ୟରେ କ୍ରମାଗତ ଭାବେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଜଣାପଡ଼ିଛି। ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୧୨,୮୧,୪୫୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମୋଟ ୭,୮୫୫ଟି ସକ୍ରିୟ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here