ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୫୩୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୧ ତାରିଖ ରିପୋର୍ଟ ଅନୁଯାୟୀ ୧,୫୭୨ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ନୂଆ କୋଭଡି ଆକ୍ରାନ୍ତଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୩୪୨ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୮୯୭ ଜଣ ଏବଂ ୬୪୨ଟି ଲୋକାଲ କେସ୍ ରହିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଜଣ ଏବଂ ସୁନ୍ଦରଗଡ଼ରୁ ୧୨୪ ଜଣ ରହିଛନ୍ତି। ରାଜ୍ୟରେ ମୋଟ ୧୩,୨୮୫ଟି ସକ୍ରିୟ ମାମଲା ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୩,୯୧୪ରେ ପହଞ୍ଚିଛି ଓ ୧୨,୫୩,୯୧୪ ଜଣ ସୁସ୍ଥ ହୋଇଛନ୍ତି।

ଗତ ଫେବ୍ରୁଆରି ୧୦ ତାରିଖ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧,୪୮୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୯ ତାରିଖରେ ୧,୭୧୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୮ ତାରିଖ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧,୫୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Comment