ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୭୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୨ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨୩ ଜଣ ରହିଛନ୍ତି। ଏଥିରେ ୯୯୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୭୧୫ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୭ ଜଣ ଓ ସୁନ୍ଦରଗଡ଼ରୁ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୁଟରୁ ୧୧୮ ଜଣ ଓ କଟକରୁ ୧୦୪ ଜଣ ରହିଛନ୍ତି। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୭୧, ୫୨୩ରେ ପହଞ୍ଚିଛି।

 

ରାଜ୍ୟରେ ମୋଟ ୧୭,୬୪୭ଟି ସକ୍ରିୟ ମାମଲା ରହିଛି। ମୋଟ ୧୨,୪୫,୦୨୬ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କୋଭିଡରେ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ଗତ ୮ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୭ ତାରିଖ ରିପୋର୍ଟ ଅନୁସାରେ ୨୦ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା।

Comment