ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍ ବୟସର ୧୬୯ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୫୧୬ ଜଣ ଓ ଲୋକାଲ କଣ୍ଟାକ୍ଟ ୩୭୦ଟି ରହିଛି। ରାଜ୍ୟରେ ମୋଟ ୮,୬୬୪ଟି ସକ୍ରିୟ ମାମଲା ରହିଛି।

ଗତ ୧୬ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୮୫୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୧୫ ତାରିଖ ରିପୋର୍ଟ ଅନୁସାରେ ୯୨୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୧୪ ତାରିଖ ରିପୋର୍ଟ ଅନୁସାରେ ୮୫୯ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

୧୩ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୧,୧୪୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ୧୨ ତାରିଖରେ ୧,୫୩୯ ଜଣ ଏବଂ ଗତ ୧୧ ତାରିଖ ରିପୋର୍ଟ ଅନୁସାରେ ୧,୫୭୨ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ଏକ ସପ୍ତାହର ରିପୋର୍ଟକୁ ଅନୁଧ୍ୟାନ କଲେ ରାଜ୍ୟରେ କ୍ରମାଗତ ଭାବେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଜଣାପଡ଼ିଛି।

Comment