ଓଡ଼ିଶାଲାଇଭ୍ ବ୍ୟୁରୋ

ୟେସ୍ ବ୍ୟାଙ୍କ୍ ଖାତାଧାରୀଙ୍କ ପାଇଁ ଖୁସି ଖବର। କିଛି ଦିନର ବ୍ୟବଧାନ ପରେ ୟେସ୍ ବ୍ୟାଙ୍କର ସେବା ପୁଣି ପୂର୍ବଭଳି ସାଧାରଣ ସ୍ଥିତିକୁ ଫେରିଛି। ବୁଧବାର ସନ୍ଧ୍ୟା ୬ଟାରୁ ବ୍ୟାଙ୍କର ସେବା ପୁଣିଥରେ ପୂର୍ବଭଳି ଆରମ୍ଭ ହୋଇଛି।

ୟେସ୍ ବ୍ୟାଙ୍କ ଏନେଇ ଟୁଇଟ୍ କରି ନିଜର ଗ୍ରାହକମାନଙ୍କୁ ଏହି ଖୁସି ଖବର ଦେଇଛି। ଲୋକମାନେ ପୂର୍ବଭଳି ପୁଣି ବ୍ୟାଙ୍କର ସେବା ପାଇପାରିବେ ବୋଲି ବ୍ୟାଙ୍କ ନିଜର ଟୁଇଟରେ ଲେଖିଛି।

ଗତ ମାର୍ଚ୍ଚ ମାସ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା। ଏହାପରେ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଦେଣନେଣରେ ମଧ୍ୟ କେତେକ କଟକଣା ଲଗାଯାଇଥିଲା। ଫଳରେ ୟେସ୍ ବ୍ୟାଙ୍କ ଖାତାଧାରୀମାନେ ମାସକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରୁନଥିଲେ। ବର୍ତ୍ତମାନ ଗ୍ରାହକଙ୍କ ଏହି ଅସୁବିଧା ଦୂର ହୋଇଛି।

ଏଥିସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଯାହା ୟେସ୍ ବ୍ୟାଙ୍କରେ ରହିଥିଲା ତାହା ମଧ୍ୟ ଫେରିଆସିବ ବୋଲି ସୂଚନା ମିଳିଛି। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ରହିଥିବା ୫୪୫ କୋଟି ଟଙ୍କାକୁ ଗୁରୁବାର ଉଠାଇ ଅଣାଯିବ ବୋଲି ଶ୍ରମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇସାରିଛନ୍ତି।

Comment