ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR)। ଆଇସିଏମ୍ଆରର ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ ଭାରତୀୟ ପରିବେଶରେ କରୋନା ଭାଇରସ୍ ଗୋଟିଏ ଲୋକଠାରୁ ଅନ୍ୟ ଲୋକକୁ ବ୍ୟାପୁନାହିଁ ଅର୍ଥାତ ଭାରତୀୟ ସମାଜରେ ଏହି ଭାଇରସ୍ ନିଷ୍କ୍ରିୟ ରହିଛି।

ଆଇସିଏମ୍ଆର୍ ତା’ର ଏହି ରିସର୍ଚ୍ଚରେ ସାରା ଦେଶର ୫୨ଟି ଟେଷ୍ଟିଙ୍ଗ୍ ଲାବରୁ ୧ହଜାର ଲୋକଙ୍କର ନମୁନା ସଂଗ୍ରହ କରିଥିଲା। ଯେଉଁ ଲୋକମାନେ କୌଣସି କରୋନା ଆକ୍ରାନ୍ତଙ୍କ ସହ ସମ୍ପର୍କରେ ରହିନଥିଲେ କିମ୍ବା ନିକଟରେ ବିଦେଶରୁ ଆସିନଥିଲେ ସେମାନଙ୍କର ନମୁନା ନେଇ ପରୀକ୍ଷା କରାଯାଇଥିଲା। ନମୁନା ପରୀକ୍ଷା କରାଯିବାପରେ ତା’ ମଧ୍ୟରୁ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା। ଯେଉଁଥିରୁ ଏହି ତଥ୍ୟ ସାମନାକୁ ଆସିଛି।ଆଇସିଏମ୍ଆର୍ ନିଜର ରିସର୍ଚ୍ଚରେ କହିଛି ଯେ, ଭାରତୀୟ ପରିବେଶରେ ବର୍ତ୍ତମାନ ସୁଦ୍ଧା କରୋନା ଉଗ୍ରରୂପ ଧାରଣ କରିନି। ବର୍ତ୍ତମାନ ଭାରତରେ ଏହା ଷ୍ଟେଜ୍ ୨ରେ ରହିଛି। ତେଣୁ କରୋନା ଭାଇରସ୍ ଭାରତରେ ଗୋଟିଏ ଲୋକଠାରୁ ଅନ୍ୟ ଲୋକକୁ ବ୍ୟାପୁନାହିଁ।

 

ବର୍ତ୍ତମାନ ସୁଦ୍ଧା ଭାରତରେ ୧୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏଥିସହିତ ଭାରତରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

Comment