ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେକୌଣସି ଭାଇରସ ପରି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ପାଖକୁ ଡେଇଁଥାଏ। ବିଶେଷ କରି ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ, କାଶ, ବା ସିଂଘାଣୀ ବାଟ ଦେଇ ଏହା ଅନ୍ୟ ଜଣକ ଶରୀରରେ ପ୍ରବେଶ କରିଥାଏ।

କାଶ ବା ଛିଙ୍କ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ମୁହଁ ଓ ନାକରୁ ବାହାରୁଥିବା ଡ୍ରପଲେଟ୍‌ ଦେଇ କରୋନା ଭାଇରସ ବାହାରକୁ ଆସିଥାଏ। ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ନେଇ ଅନ୍ୟ ଜଣକୁ ପ୍ରବେଶ କରିପାରେ।

Comment