ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଭାରତରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତକ ଜଣକ ପଞ୍ଜାବର ୭୦ ବର୍ଷିୟ ବୃଦ୍ଧ ବୋଲି ଜଣାପଡ଼ିଛି। ପୂର୍ବରୁ କର୍ଣ୍ଣାଟକ, ଦିଲ୍ଲୀ ଓ ମୁମ୍ଵାଇରେ ୩ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୦ରେ ପହଞ୍ଚିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ସରକାର ଏନେଇ ବିଭିନ୍ନ କଟକଣା ମଧ୍ୟ ଜାରି କରିଛନ୍ତି। କେବଳ ଭାରତ ସରକାର ନୁହେଁ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା କରୁଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହାସହ ରାଜ୍ୟରେ ୬୧ ସାମ୍ପଲ ନେଗେଟିଭ ବାହାରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

Comment