ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ରହିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫.୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ।

ଶ୍ରୀମନ୍ଦିର କର୍ପସ ଫଣ୍ଡ ସହିତ ମନ୍ଦିର ଫଣ୍ଡ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଥିଲା। ଏହି ଟେଣ୍ଡର ପରେ ପ୍ରଥମ ସ୍ଥାନରେ ୟୁନିୟନ୍‌ ବ୍ୟାଙ୍କ ରହିଥିଲା।

ଏହି ଟଙ୍କା ୩ ବର୍ଷ ପାଇଁ ସ୍ଥାୟୀ ଜମା ଭାବେ ରଖାଯିବ।

ଗୁରୁବାର ୟେସ୍‌ ବ୍ୟାଙ୍କରୁ ମହାପ୍ରଭୁଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଏସ୍‌ବିଆଇର ପୁରୀ ଶାଖାକୁ ଇ-ଟ୍ରାନ୍ସଫର ହୋଇଥିଲା।

Comment