ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଲା। ଏନେଇ ୟେସ୍‌ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ସୂଚନା ଦେଇଛନ୍ତି।

ୟେସ୍‌ ବ୍ୟାଙ୍କରୁ ମହାପ୍ରଭୁଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ହଜାର ଟଙ୍କା ପୁରୀ ଏସ୍‌ବିଆଇର ମୁଖ୍ୟ ଶାଖାରେ ଡିପୋଜିଟ କରିଦିଆଯାଇଛି। ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସଡ୍‌ ଡିପୋଜିଟ୍‌ ମାର୍ଚ୍ଚ ୩୦ ତାରିଖରେ ମାଚ୍ୟୁରିଟି ପରେ ଫେରାଇ ଦିଆଯିବ ବୋଲି ୟେସ୍‌ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷଣା ହେବା ପରେ ଖାତାଧାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ କରିବାରେ ନେଇ ରୋକ୍ ଲଗାଯାଇଥିଲା। ଖାତାଧାରୀମାନେ ମାସକୁ ମାତ୍ର ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା କରାଯାଇଥିଲା। ଏହାପରେ ୟେସ୍ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା।

ମଙ୍ଗଳବାର ସନ୍ଧ୍ୟା ୬ଟାରୁ ପୁଣିଥରେ ୟେସ୍ ବ୍ୟାଙ୍କ କାର୍ଯ୍ୟକାରୀ ହେଉଛି। ଏଥିସହିତ ଗ୍ରାହକମାନଙ୍କ ଉପରେ ଥିବା ସମସ୍ତ କଟକଣା ମଧ୍ୟ ଉଠିଯାଉଛି।

Comment