ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ପରେ ଏବେ ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ର ୬୫୦ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଶ୍ରୀ ଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବା ନେଇ ରାଜ୍ୟରେ ତୁମ୍ଵିତୋଫାନ ସୃଷ୍ଟି ହୋଇଥିଲା। ଏବେ ଓଏମ୍‌ସିର ଟଙ୍କା ଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।

୨୦୧୯ ଏପ୍ରିଲ ମାସରେ ଓଏମ୍‌ସି ପକ୍ଷରୁ ଏହି ଟଙ୍କା ଜମା କରାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏହି ସବୁ ଟଙ୍କା ଫେରିପାରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ୟେସ୍‌ ବ୍ୟାଙ୍କ ଦେବାଳିଆ ହେବା ପରେ ବ୍ୟାଙ୍କରେ ଶ୍ରୀମନ୍ଦିରର ୬୪୫ କୋଟି ଟଙ୍କା ଜମା ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଏହାକୁ ନେଇ ବିଧାନସଭାରେ ବାରମ୍ଵାର ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ। ପରେ ରାଜ୍ୟ ୟେସ୍‌ ବ୍ୟାଙ୍କରେ ଅନ୍ୟ କେଉଁ ବିଭାଗ କେତେ ଟଙ୍କା ରଖିଛନ୍ତି ସେନେଇ ତଥ୍ୟ ମାଗିଥିଲେ ରାଜ୍ୟ ସରକାର। ହେଲେ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ବିଷ୍ଣୁ ସେଠୀ।

Comment